ହରିଆଣା (ଏଟିଆର ବ୍ୟୁରୋ ) ; ବାବାଙ୍କୁ ଆଜୀବନ କାରାଦଣ୍ଡ । ଏଣିକି ଜେଲର ଚାରିକାନ୍ଥ ହିଁ ବନିବ ବାବାଙ୍କ ଜୀବନ । ମୃତ୍ୟୁ ଯାଏଁ ଜେଲ ଗୃହରେ ଅପେକ୍ଷା କରିବେ ବାବା । ହତ୍ୟା ଓ ବନ୍ଦୀ ମାମାଲାରେ ସଜା ଶୁଣାଇଲେ କୋର୍ଟ । ନିଜକୁ ଭଗବାନ କହୁଥିବା ବାବା ରାମପାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ ।
୪ ଜଣ ମହିଳାଙ୍କୁ ହତ୍ୟା ଓ ଜଣେ ନାବାଳକକୁ ବନ୍ଦୀ ଓ ପରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବାବା ରାମପାଲଙ୍କୁ ଆଜୀବନ କାରାବାସର ଦଣ୍ଡ ଶୁଣାଇଛନ୍ତି ହରିଆଣାର ହିସାର କୋର୍ଟ । ଏହାସହ ରାମପାଲଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ , ଗତ ୨୦୧୪ ମସିହାରେ ହିସାରରେ ଥିବା ସତଲୋକ ଆଶ୍ରମରେ ପୋଲିସ ଓ ରାମପାଲଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ଏହି ଗଣ୍ଡଗୋଳରେ ୫ ଜଣ ମହିଳାଙ୍କ ସହ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏଥିରେ ବାବା ରାମପାଲଙ୍କ ସମେତ ଆହୁରି ୧୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କେସ ନମ୍ବର ୪୨୯ ରେ ରାମପାଲକୁ ଦୋଷୀ ସାବ୍ୟସ୍ତ କରାଯାଇ ଏପରି ଦଣ୍ଡ ବିଧାନ କରିଛନ୍ତି କୋର୍ଟ । ତେବେ ମୃତ୍ୟୁ ଯାଏ ବାବା ରାମପାଲ ଜେଲରେ ରହିବେ ବୋଲି ଜଣାପଡିଛି ।