ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସବୁ ବେଳେ ଗରିବ ଲୋକଙ୍କ ସହ ଥିବା ନବୀନ ସରକାର ଆଜି ପୁଣି ଏକ ମହାନତା ଦେଖାଇଛନ୍ତି । ରାଜ୍ୟରେ ହୋଇଥିବା ସାମୁଦ୍ରିକ ଝଡ ତିତଲି ପ୍ରଭାବରେ ଗଜପତି ଏବଂ ଗଞ୍ଜାମରେ କ୍ଷତି ହୋଇଛି । ଯାହାକି ଭରଣ ହେବା ଅସମ୍ଭବ କାରଣ ଏହାର ପ୍ରଭାବରେ ୫୨ ଜଣ ମୃତ୍ୟୁ ବରଣ କରିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ । ତେବେ ତିତଲିରେ ମରିଥିବା ଲୋକଙ୍କ ପାଇଁ ସରକାର ପ୍ରଥମେ ୪ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ କହିଥିବା ବେଳେ ଆଜି ଏହାକୁ ୧୦ ଲକ୍ଷ ଟଙ୍କା ସହାୟତା ଦେବେ ବୋଲି ଗଜପତି ଜିଲ୍ଳା ଗଙ୍ଗାବାଡ ଚମ୍ପାପୁରରେ ଘୋଷଣା କରିଛନ୍ତି ।
ତିତଲିରେ ଅନାଥ ହୋଇଥିବା ହୋଇଥିବା ପିଲାଭ୍କୁ ସରକାର ପୋଷ୍ୟ ଭାବେ ଗ୍ରହଣ କରି ପାଠ ପଢ଼ାଇ ଆତ୍ମନିର୍ଭରଶୀଳ କରାଇବାର ପ୍ରତିଶୂତି ଦେଇଛନ୍ତି । ଗଜପତି ଜିଲ୍ଳାର ବାରଘର ଗାଁର ପାହାଡ ଉପରେ ଥିବା ଲୋକଙ୍କୁ ତଳକୁ ଆଣିବା ସହ ଜମିପଟ୍ଟା ବାଣ୍ଟିଛନ୍ତି ସରକାର । କାରଣ ତିତଲି ପ୍ରଭାବରେ ପାହାଡ ଧସି ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଗଜପତି ଜିଲ୍ଳାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ଗଞ୍ଜାମ ଜିଲ୍ଲାରେ ୧୨ ଓ କନ୍ଧମାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।