ମୁମ୍ବାଇ (ଏଟିଆର ବ୍ୟୁରୋ): ସାରା ଦେଶରେ ବିବାହିତା ନାରୀମାନେ ପତିଙ୍କ ଦୀର୍ଘାୟୁ କାମନା କରି କରୱାଚୌଥ ବ୍ରତ ପାଳନ କରୁଛନ୍ତି । ଏଥିରେ ବଲିଉଡ ମଧ୍ୟ ସାମିଲ ଅଛି । ସେଲିବ୍ରିଟିମାନେ ତାଙ୍କ ପତିଙ୍କ ପାଇଁ ଏହି ବ୍ରତ ରଖିଛନ୍ତି । କିନ୍ତୁୁ ଏଠି ବିଲକୁଲ୍ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି । ଆଜ୍ଞା ହଁ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟଙ୍କ ପାଇଁ ତାଙ୍କ ପତି ଅଭିଶେକ୍ ବଚ୍ଚନ ବ୍ରତ ରଖିଛନ୍ତି ।
ଅଭିଶେକ୍ ଟ୍ୱିଟ୍ କରି କରୱାଚୌଥ ଅବସରରେ ସମସ୍ତ ମହିଳାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାସହିତ ସେ କହିଛନ୍ତି କି ସ୍ୱାମୀମାନଙ୍କୁ ତାଙ୍କ ସ୍ତ୍ରୀଙ୍କ ପାଇଁ ବ୍ରତ ରଖିବା ଉଚିତ୍ । ମୁଁ ରଖୁଛି ।
#KarvaChauth, good luck ladies…. And the dutiful husbands who should also be fasting with their wives!
I do.— Abhishek Bachchan (@juniorbachchan) October 27, 2018
ଐଶ୍ଚର୍ଯ୍ୟା ମଧ୍ୟ ଅଭିଶେକ୍ ଙ୍କ ପାଇଁ ପ୍ରତ୍ୟେକ ବର୍ଷ କରୱାଚୌଥ ବ୍ରତ ରଖନ୍ତି । ଏବେ ତାଙ୍କ ସହ ଅଭିଶେକ୍ ବି ବ୍ରତ ରଖିଛନ୍ତି ।
ଖବରମୁତାବକ, ଐଶ୍ଚର୍ଯ୍ୟା ରାୟ ଏବଂ ଅଭିଶେକ୍ ବଚ୍ଚନ ଦୁହେଁ ୨୦୦୭, ୨୦ ଅପ୍ରେଲରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ଯୋଡି ବଲିଉଡର ସବୁଠାରୁ ଲୋକପ୍ରିୟ ଅଟନ୍ତି ।