ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ମେକ ଇନ ଓଡିଶା କନକ୍ଳେଭର ପ୍ରଥମ ଦିନରେ ଆଦିବାସୀଙ୍କ ନାଚରେ ଝୁମୁଛି ରାଜଧାନୀ । ସ୍ଥାନୀୟ ସିଆରପିଏଫ ଛକ ନିକଟରେ ଥିବା ଜନଜାତି ସଂଗ୍ରହାଳୟରେ ଆୟୋଜିତ ହୋଇଥିବା ସାଂସ୍କୃତିକ ଉତ୍ସବରେ ଦେଖିବାକୁ ମିଳିଛି ଆଦିବାସୀଙ୍କ ଜଲବା । ଯାହାକୁ ଦେଖି ଫୁଲ ମନୋରଞ୍ଜନ ଉଠେଇଛନ୍ତି ଦର୍ଶକ ।
ଆଦିବାସୀଙ୍କ ନୃତ୍ୟର ତାଳେ ତାଳେ ମଧ୍ୟ ଝୁମିଛନ୍ତି ଉପସ୍ଥିତ ଥିବା ଜନତା । ଓଡିଶାର କୋଣ ଅନୁକୋଣରୁ ଆସିଥିବା ଆଦିବାସୀଙ୍କ ଲୋକ କଳାର ପ୍ରଦର୍ଶନରେ ଖୁସି ହୋଇ ପ୍ରଂଶସା କରିଛନ୍ତି ଦର୍ଶକେ । ଲୋପ ହେବାକୁ ବସିଥିବା ଆଦିବାସୀଙ୍କ କଳାକୁ ଏଭଳି ବଡ ଉତ୍ସବରେ ସ୍ଥାନ ଦେବା ଦ୍ୱାରା ଆଦିବାସୀ କଳାକାରଙ୍କ ପାରମ୍ପରିକ କଳାପ୍ରତି ଥିବା ଲୋଭ ବଢ଼ିଯିବ । ଆୟୋଜିତ ହୋଇଥିବା ପୋଗ୍ରାମରେ ନବରଙ୍ଗପୁରରୁ ଆସିଥିବା ସ୍କୁଲ ଛୁଆଙ୍କ ନାଚ ଖୁବ ମନ ମୋହିଥିଲା ।
ଓଡିଶାରେ ଶିଳ୍ପପତିଙ୍କ ପୁଞ୍ଜିନିବେଶ ପାଇଁ ଅନୁଷ୍ଟିତ ହେଉଥିବା ମେକଇନ ଓଡିଶା କନକ୍ଳେଭ ୫ ଦିନ ଧରି ଚାଲିବ । ତେବେ ଆଜିର ପ୍ରଥମ ଦିନରେ କୋଷ୍ଟାଲ ରନ, ହେରିଟେଜ ୱାଲକ ଏବଂ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଆଦି ବିଭିନ୍ନ ଜାଗାରେ ଆୟୋଜିତ ହୋଇଛି । ତେବେ ଭାରତର ସବୁଠାରୁ ବଡ ଧନୀ ମୁକେଶ ଅମ୍ବାନୀ ମେକ ଇନ ଓଡିଶା କାର୍ଯ୍ୟକ୍ରମର ବିଜନେଓ ଲିଡରସିପରେ ଯୋଗ ଦେବେ । ଯାହାକି ଓଡିଶାବାସୀଙ୍କ ପାଇଁ ଏକ ଖୁସିର ଖବର । ଏବଂ ଅମ୍ବାନୀଙ୍କ ଆଗମନ ମୁଖ୍ୟ ଆକର୍ଷଣ ହେବ । ଏହି କନକ୍ଳେଭ ହେଉଛି ଓଡିଶାରେ ଦ୍ୱିତୀୟ ସଂସ୍କରଣ । ପ୍ରଥମଥର ୧୦୧୬ରେ ହୋଇଥିଲା । ପ୍ରଥମ ସଂସ୍କରଣରେ ସିଆଇଆଇ ଥିବା ବେଳେ ଏଥର ଓହରି ଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ମନବୃତ୍ତି ପାଇଁ ଏହି କାର୍ଯ୍ୟକ୍ରମ ପୁଣି ଥରେ ଗଢ଼ିଉଠିଛି । ଏବଂ ଶିଳ୍ପସଂସ୍ଥାମାନେ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗେଇ ଆସିଛନ୍ତି ।