ଭୁବନେଶ୍ବର,୧୨ା୨: ଲୁଚାଣିଆ ପ୍ରେମ ଘାଇଲା କଲା ା ଲୁଚି ଲୁଚି ନିଜ କାମନା ମେଣ୍ଟାଉଥିଲେ। ହେଲେ ଟାଇମ୍ ଖରାପ ପଡିଲା। ଲୋକଙ୍କ ହାବୁଡରେ ପଡି ନିସ୍ତୁକ ମାଡ ଖାଇଲେ ପୁଲିସ୍ ଏଏସଆଇ। ଲୋକେ ଲଙ୍ଗଳା କରି ପିଟିଲେ। ଏମିତି ଘଟଣା ଘଟିଛି ମୟୁରଭଞ ଜିଲ୍ଲାରେ।
ଜଣେ ବିବାହିତା ମହିଳାଙ୍କ ପଛରେ ହାତଧୋଇ ପଡିଯାଇଥିଲେ ପୁଲିସ ବାବୁ ଜଣଙ୍କ। ଶୁଣାଯାଉଛି କାମନା ମେଣ୍ଟାଇବାକୁ କାଳେ ସବୁବେଳ ବାଧ୍ୟ କରୁଥିଲେ। ନିଶା ଏମିତି ଚଢିଥିଲା ଯେ ବଦଳି ପରେ ବି ରାତିଦିନ ନଜାଣି ମହିଳାଙ୍କ ଘରେ ହାଜର ହୋଇଯାଇଥିଲେ।
ଏନେଇ ଆଭାସ ମିଳିବା ପରେ ଲୋକେ ପାନେ ଦେବା ଲାଗି ଛକିଥିଲେ। ଅସଂଯତ ଅବସ୍ଥାରେ ଥିବା ବେଳେ ପୁଲିସ ବାବୁଙ୍କୁ ଧରି ଗଡେଇତଡିଇ ପିଟିଥିଲେ। ମାଡ ଏମିତି ହେଲା ଯେ, ବାବୁ ଲଙ୍ଗଳାମୁକୁଳା ହୋଇପଡିଲେ। ବାରମ୍ବାର ପୁଲିସର ଏଭଳି ଚେହେରା ସାମ୍ନାକୁ ଆସିବା ଘଟଣା ଚଚ୍ଚାର ବିଷୟ ହୋଇଛି।ସେପଟେ ଯିଏ ଅନ୍ଯକୁ ଅଟକ ରଖେ ଆଜି ନିଜେ ଅଟକ ରହିଛି। ପୁଲିସ ଏଏସଆଇ ଏବେ ଥାନାରେ ଅଟକ ରହିଛନ୍ତି।