ଭୁବନେଶ୍ୱର,୧୨।୨/(ବ୍ୟୁରୋ): ଆସନ୍ତା ୧୪ ତାରିଖ ବୁଧବାର ମହାଶିବରାତ୍ରି ପଡୁଛି । ଏଥିପାଇଁ ରାଜଧାନୀର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜଙ୍କ ପାଖରେ ହଜାରହଜାର ଲୋକଙ୍କ ଜନସମାଗମ ହେବ । ଏହି ଜନସମାଗମକୁ ଆଖି ଆଗରେ ରଖି ଆଜି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।
ଏଠାରେ ଜାଣିରଖନ୍ତୁ ଯେ ଏହି ଦିନ ଭୋର ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ରିତିନୀତ ଅନୁଷ୍ଠିତ ହେଉଥିବା ବେଳେ ହଜାରହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ । ଏହିକାରଣରୁ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।
ଗ୍ୟାରେଜ୍ ଛକଆଡୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ଯାନବାହାନ ଗୁଡିକ ଇଲେକ୍ଟ୍ରିକ ସବଷ୍ଟେସନ ଛକ ଠାରୁ ମନ୍ଦିର ଆଡକୁ ଆସି ପାରିବେ ନାହିଁ । ଏହି ଗାଡି ଗୁଡିକ ସିଧା ସାମନ୍ତରାପୁର ଆଡକୁ ଯିବେ । କପିଳେଶ୍ୱର ପଟୁ ଶ୍ରୀଲିଙ୍ଗରାଜ ମନ୍ଦିର ଆଡକୁ ଆଶୁଥିବା ଗାଡି ଗୁଡିକ ହାଟ ସାହି ଛକ ଠାରୁ ମନ୍ଦିର ଆଡକୁ ନ ଆସି ମୁନ୍ନା ମେଡିକାଲ୍ ଦୋକାନ ଆଡକୁ ଯାଇ ପାରିବେ । ପୁନାମା ଗେଟ୍ ଆଡୁ ମନ୍ଦିରକୁ ଆସୁଥିବା ଗାଡି ଗୁଡିକ ତିନି ମୁଣ୍ଡିଆ ଛକ ଦେଇ ରଥ ରୋଡରେ ଯାଇ ପାରିବେ ା
ସେହିପରି ରଥ ରୋଡରୁ ଆଶୁଥିବା ଗାଡି ଗୁଡିକ ତିନି ମୁଣ୍ଡିଆ ଛକ ଠାରୁ ମନ୍ଦିର ଆଡକୁ ନଆସି କାଠ ଗୋଲା ଆଡକୁ ଯାଇ ପାରିବେ । କାଚରା ପିଣ୍ଡି ପଟୁ ମନ୍ଦିର ଆଡକୁ ଆଶୁଥିବା ଗାଡି ଗୁଡିକ କାଚରା ପିଣ୍ଡି ଛକ ଠାରୁ ତିନି ମୁଣ୍ଡିଆ ମନ୍ଦିର ବା ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ଆଡକୁ ଯାଇ ପାରିବେ । ଏହି ସମୟରେ ଗାଡି ଚୋରଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିବ । ସେଥିପାଇଁ ଆପଣ ଯେଉଁଠାରେ ଗାଡି ରଖୁଛନ୍ତି ସେହି ସ୍ଥାନକୁ ପରଖି ନିଅନ୍ତୁ । ଗାଡିଷ୍ଟାଣ୍ଡରେ ଗାଡି ରଖନ୍ତୁ । ରାସ୍ତା ଉପରେ ଯାନବାହାନ ପାର୍କିଂ କଲେ ପୋଲିସ ଉଠାଇ ନେବାର ସମ୍ଭାବନା ରହିଛି ।