ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବିଶ୍ୱକପ ହକିରେ ଭାଗନେବାକୁ ଆସିଥିବା ବଛା ବଛା ୧୬ ଦେଶର ଅଧିନାୟକଙ୍କ ସହ ଭେଟିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ମୁକ୍ତେଶ୍ୱର ମନ୍ଦିରରେ ଏହି ଖେଳାଳି ମାନଙ୍କୁ ଭେଟିବା ସହ ମନ୍ଦିର ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ଏବଂ ଅଧିନାୟକମାନେ । ଶେଷରେ ସବୁଦେଶର ଖେଳାଳିଙ୍କ ସହ ସେଲଫି ନେଇଥିଲେ ନବୀନ । ମୋ ସାଇକେଲ ଉଦଘାଟନ ସରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ଦିରରେ ପହଁଞ୍ଚି ଥିଲେ । ମୁଖ୍ୟମନ୍ତ୍ରୀ ଏବଂ ଖେଳାଳିଙ୍କ ପାଇଁ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡା କଡି ହୋଇଥିଲା ।
ବିଶ୍ୱକପ ହକି ପାଇଁ ବାକି ରହିଲା ୨ ଦିନ । ଦିନ ଯେତିକି ପାଖେଇ ଆସୁଛି ଲୋକଙ୍କ ମନରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ପ୍ରତିଦିନ ରାଜଧାନୀର ଚେହେରା ଯେପରି ବଦଳିଲା ଭଳି ଲାଗୁଛି । କାରଣ ଦିନକୁ ଦିନ ନୂଆ ରୂପରେ ସଜେଇ ହେଲା ଭଳି ଲାଗୁଛି ଭୁବନେଶ୍ୱରର ଚେହେରା । ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ । ଏଥିରେ ବିଶ୍ୱର ବଛା ବଛା ୧୬ଟି ଦେଶର ୨୮୮ରୁ ଅଧିକ ଖେଳାଳି ସାମିଲ ହୋଇଛନ୍ତି ।
ସଜବାଜ ହୋଇ ଅପେକ୍ଷା କରି ବସିଛି କଳିଙ୍ଗ ଷ୍ଟାଡିୟମ । ଅନେଇ ବସିଛି ୨୮ ତାରିଖ ସନ୍ଧ୍ୟାକୁ । ତେବେ ଏତେ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ୱର ଏବଂ କଟକରେ ଦୁଇଟି ବଡ ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବଲିଉଡର ବହୁ ନାମୀଦାମି କଳାକାର ସବୁ ଯୋଗଦେବେ । ବଲିଉଡର କିଙ୍ଗ ଖାନ,ମାଧୁରୀ ଦିକ୍ଷିତ,ଏଆର ରେହେମାନଏବଂ ସଲମାନ ଖାନଙ୍କ ଭଳି ଆଗଧାଡିର କଳାକାର ଯୋଗ ଦେଇ ଦର୍ଶକଙ୍କ ମନ ମୋହିବେ । ଯାହାକୁ ଅପେକ୍ଷା କରି ଦିନ ଗଣୁଛନ୍ତି ଦର୍ଶକ ।
ରିପୋର୍ଟ ; ଗୁଣନିଧି ବେହେରା