ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ନିଆଁ ଲାଗି ଜଳିଗଲା ଚାରି ବଖରା ଘର । ଘରେ ଥିବା ଧାନ ଚାଉଳ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲା ଜୀବନ । ତେବେ ଏଭଳି ଏକ ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗଡମାଣିତ୍ରୀ ଗାଁରେ । ମିଳିଥିବା ସୂଚନା ବୁଧବାର ସନ୍ଧ୍ୟାରେ ହଠାତ ରାଜ କିଶୋରଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁକୁ ଦେଖି ଛାନିଆ ହୋଇ ଯାଇଥିଲେ ଗାଁ ଲୋକ । ଏବଂ ଘର ଭିତରୁ ରାଜ କିଶୋରଙ୍କ ପରିବାର ଲୋକ ଦୈାଡି ପଳେଇ ଆସିଥିଲେ ।
ଗାଁ ଲୋକ ନିଆକୁ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମାତ୍ର ଦମକଳ ଗାଡି ଆସିବା ବେଳକୁ ଘର ଭିତରେ ଥିବା ଧାନ ଚାଉଳ ଏବଂ ବହୁ ଘରୋଇ ଉପକରଣ ପୋଡି ପାଉଁଶ ହୋଇ ଯାଇଥିଲା । ଗୁହାଳରେ ଥିବା ଗାଇ ଗୋରୁଙ୍କୁ ଗାଁ ଲୋକଙ୍କ ସହାୟତାରେ ବାହାରକୁ ବାହାର କରି ଦେଇଥିବା ବେଳେ ଗାଁ ଲୋକଙ୍କ ସହାୟତାରେ ନିଆଁ ଆୟତ କରିବାରେ ସଫଳ ହୋଇଥିଲେ । ସବୁ ପୋଡି ପାଉଁଶ ହେବା ପରେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ରାଜ କିଶୋରଙ୍କ ପରିବାର
।