ଭୁବନେଶ୍ୱର,୧୭ା୨(ଏକ୍ସକ୍ଲ୍ୟୁସିଭ): କାହାକୁ ଡର ନାହିଁ । ବିଲକୁଲ ବେଫିକର । ଚାଲିଛି ବେଧଡକ ଅଶ୍ଳିଳ ଡ୍ୟାନ୍ସ । ମତୁଆଲା ହୋଇ ନାଚୁଛନ୍ତି ସମସ୍ତେ । ଆଉ ତା’ରି ଭିତରେ ଉଡୁଛି ମୋଟ ଅଙ୍କର ଟଙ୍କା । ଏସବୁକୁ ଦେଖିଲେ ହାଇକୋର୍ଟଙ୍କ ଅର୍ଡରକୁ ବି ଏଠି ବେଖାତିର କରାଯାଇଥିବା ସ୍ପଷ୍ଟ ଜଣାପଡେ ।
କଟକରୋଡରେ ଥିବା ୨ଟି ବାରରେ ହରଦମ ଏଭଳି ରଂଗିନ ଡ୍ୟାନ୍ସ ଚାଲିଛି । ଯାହାର ପୁଣି ଏକ ଏକ୍ସକ୍ଲ୍ୟୁସିଭ ଭିଡ଼ିଓ ଲାଗିଛି ଏଟିଆର ନ୍ୟୁଜ ହାତରେ । ଯେଉଁଥିରେ ଜଣେ ଯୁବତୀ ଏମିତି ଡ୍ୟାନ୍ସ କରୁଛନ୍ତି ଯେ, ତାଙ୍କ ଅଙ୍ଗଭଙ୍ଗ ଦେଖି ମାତାଲ ଲୋକ ଟଙ୍କା ଉଡାଇବାକୁ ପଛାଉ ନାହାନ୍ତି ।
କିଛିଦିନ ପୂର୍ବେ ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁଲିସ ବି ଅନେକ ବାରରେ ତାଲା ଝୁଲାଇଥିଲା । ଏବେ କିନ୍ତୁ ପୁଣି ସେହି ଢ଼ଙ୍ଗ ଆରମ୍ଭ ହୋଇଛି । ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଲାଗି ଦାବି ହୋଇଛି ।