ମୁମ୍ବାଇ (ଏଟିଆର ବ୍ୟୁରୋ): ଅଡୁଆରେ ପଡିଛନ୍ତି ସାଉଥ୍ ସୁପରଷ୍ଟାର ମହେଶ ବାବୁ । ଠିକ୍ ସମୟରେ ଟିକସ ନଭରିବାରୁ ମହେଶଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ଦିଆଯାଇଛି । ସେ ବର୍ଷ ୨୦୦୭-୦୮ ରେ ୧୮.୫ ଲକ୍ଷ ଟଙ୍କାର ସେବା କର ପଇଠ କରି ନାହାନ୍ତି । ବ୍ୟାଙ୍କ ପକ୍ଷରୁ ୭୩.୫ ଟଙ୍କା ପାଇଁ ତାଙ୍କର ଦୁଇଟି ଆକାଉଣ୍ଟ ସିଜ୍ କରିବା ପରେ ଏହି ଖବର ଚାରିଆଡେ ପ୍ରସାରିତ ହୋଇଯାଇଛି । କୁହାଯାଉଛି କି ଚଳିତବର୍ଷ ମହେଶ ବାବୁ ତାଙ୍କ ଆୟରୁ କିଛି ବି କର ନ ବାନ୍ଧିବାରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ଏହି ଖବରଟି ସବୁଠୁ ଖରାପ । କାରଣ ସେ ଜଣେ ସୁପରଷ୍ଟାର ଏବଂ ତାଙ୍କର କୋଟି କୋଟି ଫ୍ୟାନ୍ ଫଲୋଇଙ୍ଗ୍ ରହିଛନ୍ତି । ଦକ୍ଷିଣ ଭାରତ ସହ ଉତ୍ତର ଭାରତରେ ମଧ୍ୟ ମହେଶଙ୍କୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେ ଜଣେ ଷ୍ଟାଇଲିସ୍ ହ୍ୟାଣ୍ଡଶମ୍ ହିରୋ ଭାବେ ଖୁବ୍ ଜଣା ଶୁଣା । ନିକଟରେ ତାଙ୍କ ଫିଲ୍ମ ଭାରତ ଅନେ ନେନୁ ରିଲିଜ୍ ହୋଇଥିଲା । ଯେଉଁଥିରୁ ସେ ଖୁବ୍ ରୋଜଗାର କରିଥିଲେ । ତାଙ୍କର ଗୋଟେ ଫିଲ୍ମର ଫି ରହିଛି ୧୮ ରୁ ୨୦ କୋଟି ଟଙ୍କା ।