ମୁମ୍ବାଇ (ଏଟିଆର ବ୍ୟୁରୋ): ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ଫାଷ୍ଟ ଲୁକ ରିଲିଜ ହୋଇଯାଇଛି । ଏହି ଫାଷ୍ଟ ଲୁକରେ ଆଲିଆ ଭଟ୍ଟଙ୍କର ଦମଦାର ଲୁକ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଆଲିଆ ତାଙ୍କ ଭୂମିକାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଆଲିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଲ୍ମର ଫାଷ୍ଟ ଲୁକ ସେୟାର କରିଛନ୍ତି । ପ୍ରଥମ ପୋଷ୍ଟରେ ଆଲିଆ ଗୋଟିଏ ଟେବୁଲ ଉପରେ ବସିବା ସହ ପାଖରେ ଗୋଟିଏ ବନ୍ଧୁକ ଥୋଇ ଥିବାର ଦେଖିବାକୁ ମିଳୁଛି । ସେହିପରି ଅନ୍ୟ ଏକ ଫଟୋରେ କଳା ଧଳା ରଙ୍ଗରେ ହଟକେ ଦେଖାଯାଉଛନ୍ତି ଆଲିଆ ।
ଏହି ଫିଲ୍ମଟି ଆଗାମୀ ସେପ୍ଟେମ୍ବର ୧୧ରେ ରିଲିଜ ହେବାକୁ ଥିବା ବେଳେ ଆଲିଆଙ୍କର ଏହି ଲୁକକୁ ଦେଖି ଦର୍ଶକମାନେ ଏହାକୁ ଅପେକ୍ଷା କରିଛନ୍ତି । ତେବେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଏହା ଆଲୀଆଙ୍କର ପ୍ରଥମ ଫିଲ୍ମ । ଏହା ପୂର୍ବରୁ ସଞ୍ଜୟ ଲୀଲା ଭଂସାଲୀ ସଲମାନ ଓ ଆଲିଆଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରିଥିଲେ ।ହେଲେ ଏହି ଫିଲ୍ମ ନିମନ୍ତେ ସଲମାନ ପଛ ଘୁଞ୍ଚ ଦେଇଥିଲେ । ଫିଲ୍ମ ଗଙ୍ଗୁବାଇ କାଠିଆୱାଡ ଫିଲ୍ମଟି ମାଫିଆ କ୍ୱିନ୍ସ ଅଫ ମୁମ୍ବାଇ ଉପରେ ଆଧାରିତ ।