ଭଦ୍ରକ (ଏଟିଆର ବ୍ୟୁରୋ); ଦେଢ଼ ବର୍ଷ ହେବ ନିଖୋଜ ଅଛି । ଥାନାରେ ମଧ୍ୟ ଦିଆ ହୋଇଛି ଏତଲା । ହେଲେ ପୁଅର ଠିକଣା ମିଳୁନାହିଁ । ହଠାତ ଟିକ୍ ଟକଭିଡିଓରେ ପୁଅର ଭିଡିଓ ଦେଖିବା ପରେ ପରିବାର ଲୋକଙ୍କ ଆଖିରୁ ବୋହି ଯାଇଛି ଲୁହ । ତେବେ ଏହି ଭିଡିଓ ଦେଖିବା ପରେ ଯେ କେହିବି ହେଲେ କାନ୍ଦି ପକେଇବ । ପୁଅକୁ ଗୋଟିଏ ସିଙ୍କୁଳିରେ ବାନ୍ଧି ଖଟରେ ଶୋଇ ନିର୍ଯ୍ୟାତନା ଦିଆ ହେଉଛି । ପିଲାଟି ଉଠିବା ଚେଷ୍ଟା କରୁଥିଲେ ମଧ୍ୟ ସିଙ୍କୁଳି ବନ୍ଧା ହୋଇଥିବାରୁ ବାରମ୍ବାର ତଳେ ପଡି ଯାଉଛି । ଯାହାକୁ ଦେଖିବା ପରେ ପରିବାର ଲୋକ କାନ୍ଦି ପକାଇଛନ୍ତି । ଏବଂ ପୁଅକୁ ଫେରାଇ ଆଣିବା ପାଇଁ ଗୁହାରି କରିଛନ୍ତି ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଡିହିଡି ବ୍ଳକ ଅନ୍ତର୍ଗତ ଗୁରୁଦାସପୁର ଗାଁର ସୂଯ୍ୟମଣି ରାଉତଙ୍କ ପୁଅ ସୁଦାମ ଦେଢ଼ ବର୍ଷ ତଳେ ନିଖୋଜ ହୋଇ ଯାଇଥିଲା । ଜେଜେ ମାଙ୍କ ସହ ଧାମନଗର କାଞ୍ଜିଆପାଳ ମଠକୁ ଯାଇଥିବା ବେଳେ ସେଠାରେ ନିଖୋଜ ହୋଇ ଯାଇଥିଲେ । ଏଣୁ ପରିବାରେ ପକ୍ଷରୁ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ଖବର ମିଳିନଥିଲା । ମାତ୍ର ହଠାତ ଟିକ ଟିକ ଭିଡିଓରେ ସୁଦାମକୁ ଏପରି ନିର୍ଯ୍ୟାତନା ଦେଉଥିବା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭିଡିଓଟି ଭାଇରାଲ ହୋଇ ଯାଇଥିଲା । ପରିବାର ଲୋକ ଏବଂ ଗାଁ ଲୋକ ପ୍ରଶାସନ ପାଖରେ ଗୁହାରି କରିଛନ୍ତିି ସୁନାମକୁ ଉଦ୍ଧାର କରି ଫେରାଇ ଆଣିବା ପାଇଁ ।
ତେବେ ଏହି ଭିଡିଓଟି କେଉଁ ଅଞ୍ଚଳର ଏବଂ କିଏ ଏପରି ନିର୍ଯ୍ୟାତନା ଦେଉଛି ତାହା ଜଣା ପଡିନାହିଁ । ପୋଲିସ ଭିଡିଓଟି ଦେଖିବା ପରେ ତନାଘନା ଆରମ୍ଭ କରିଛି ଏବଂ ସୁଦାମକୁ ଫେରାଇ ଆଣିବା ପାଇଁ ଆଶା ଦେଇଛନ୍ତି ।