ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଜଣେ ନୂଆ ଖେଳାଳି । ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସ୍ଥାନ ପାଇଛନ୍ତି ଭାରତୀୟ ଯୁବ ଖେଳାଳି ଶୁଭମ ଗିଲ୍ । ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଦଳରୁ ୨ଟି ସିରିଜ ପାଇଁ ବାଦ ଦେବା ପରେ ଦଳରେ ଦୁଇ ଜଣ ଖେଳାଳିଙ୍କୁ ସାମିଲ କରିଛି ବିସିସିଆଇ । ‘କଫି ୱିଥ କରନ’ ଟିଭି ସୋରେ ମହିଳାଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଏହି ଦୁଇ ଖେଳାଂଳିଙ୍କୁ ବାଦ ଦିଆ ଯାଇଥିଲା । ପ୍ରଥମ ମ୍ୟାଚରେ ମଧ୍ୟ ଏହି ଦୁଇ ଖେଳାଳି ନଜରକୁ ଆସିନଥିଲେ ।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ଠାରୁ ଦଳରେ ସାମିଲ ହେବେ ବିଜୟ ଶଙ୍କର । ସେ ଉଭୟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସିରିଜ କେଳିବେ ବୋଲି ବିସିସିଆଇ ସୂଚନା ଦେଇଛି । ବିଜୟ ପୂର୍ବରୁ ଭାରତ ପାଇଁ ୫ଟି ଟେଷ୍ଟ ଖେଳି ୩ଟି ୱିକେଟ ନେଇଥିଲେ । କିନ୍ତୁ ପ୍ରଥମ ଥର ପାଇଁ ଶୁଭମ ଗିଲଙ୍କୁ ଟିମରେ ସ୍ଥାନ ପାଇଛନ୍ତିି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ଶୁଭମ । ସେପଟେ ନିକଟରେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥିଲେ ଶୁଭମ । ଏଣୁ ଦଳରେ ସାମିଲ କରିଛି ଦଳ ।