ମୁମ୍ବାଇ (ଏଟିଆର ବ୍ୟୁରୋ): ପୋଙ୍ଗଲ ଅବସରରେ ନିର୍ମାତା ଏସ୍.ଶଙ୍କର ରାଓ ତାଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ ୨’ର ପ୍ରଥମ ଝଲକ ଜାରି କରିଛନ୍ତି । ଯେଉଁଥିରେ ଅଭିନେତା ତଥା ରାଜନିତୀଜ୍ଞ କମଲ ହାସନଙ୍କର ପ୍ରମୁଖ ଭୂମିକା ରହିଛି ।
ଶଙ୍କର ଏକ ଟ୍ୱିଟର ମାଧ୍ୟମରେ ପୋଷ୍ଟର ଶେୟାର କରି ସମସ୍ତଙ୍କୁ ପୋଙ୍ଗଲର ଶୁଭକାମନା ଜଣାଇଛନ୍ତି । ଏଥରୁ ସ୍ପଷ୍ଟ ଜଣାପଡୁଛି ଯେ ଫିଲ୍ମର ସୁଟିଂ ଜାନୁଆରୀ ୧୮ରୁ ହିଁ ଆରମ୍ଭ ହେବ ।
ବର୍ଷ ୧୯୯୪ର ତାମିଲ ଫିଲ୍ମ ‘ଇଣ୍ଡିଆନ’ର ସିକ୍ୱେଲରେ କାଜଲ ଅଗ୍ରୱାଲ ପ୍ରମୁଖ ଭୂମିକାରେ ଅଛନ୍ତି । ସେଥିପାଇଁ କାଜଲ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
ଏହି ଫିଲ୍ମର ସଙ୍ଗୀତ ଭାର ତୁଲାଇଛନ୍ତି ଅନିରୁଦ୍ଦ ରବିଚନ୍ଦର । ଏହାସହିତ ଫିଲ୍ମର ଅନ୍ୟକଳାକାର ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଖୁଲାସା ହୋଇନାହିଁ ।
ଗଣମାଧ୍ୟମକୁ ସାକ୍ଷାତ କରି କମଲ ହାସନ କହିଥିଲେ କି, ‘ମୁଁ ଏବେ ଅଭିନୟ କରିବା ଛାଡି ଦେଇଛି । ଅଭିନୟ ଏବଂ ରାଜନୀତି ଏକାସାଙ୍ଗରେ କରି ହେବ ନାହିଁ । ଏବେ ମୁଁ ରାଜନିତୀରେ ବିଶେଷ ଧ୍ୟାନ ଦେବି ।’ ସେଥିପାଇଁ କୁହାଯାଉଛି କି ଏହି ଫିଲ୍ମ କମଲ ହାସଙ୍କ ପାଇଁ ଶେଷ ଫିଲ୍ମ ହୋଇପାରେ ।