ଭୁବନେଶ୍ୱର,୨୦ା୦୨/(ବ୍ୟୁରୋ): ହୀରା ବ୍ୟବସାୟୀ ନିରବ ମୋଦିଙ୍କ ବ୍ୟାଙ୍କ ଜାଲିଆତି ଓ ଠକେଇ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଟୁଇନ ସିଟିର ୬ରୁ ଊଦ୍ଧ୍ୱର୍ ସୁନା ଦୋକାନ ଉପରେ ଚଢ଼ାଉ କରିଛି ।
ନିରବଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଗୀତାଞ୍ଜଳି ଜୁଏଲାରୀ ଓ ଏହିଠାରୁ ନିର୍ମାଣ ହେଉଥିବା ସୁନା ଅଳଙ୍କାରକୁୁ ଉଭୟ କଟକ ଓ ଭୁବନେଶ୍ୱରେ ଥିବା ସୁନା ଦୋକାନୀମାନେ କାଳେ ବିକ୍ରି କରୁଛନ୍ତି ଏହା ସନ୍ଦେହରେ ଇଡି ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଦିନ ପ୍ରାୟ ୧୨ଟା ସମୟରେ ଇଡିର ଦୁଇଟି ଟିମ୍ ଏକ ସମୟରେ ଏହି ଚଢାଉ କରିଥିଲେ । ଆଗାମୀ ଦିନେ ଦୁଇଦିନ ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିବ ବୋଲି ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ ।