ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପୁଣିଥରେ ଅନଶନରେ ବସିବେ ଗାନ୍ଧୀବାଦି ଆନ୍ନା ହଜାରେ । କେନ୍ଦ୍ର ସରକାରଙ୍କ ଲୋକପାଳ ନିଯୁକ୍ତି ଦାବିରେ ଆମରଣ ଅନଶନ କରିବେ । ଆସନ୍ତା ୩୦ ତାରିଖରୁ ଅନଶନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ୨୦୧୩ ଲୋକାଯୁକ୍ତ ଅଧିନିୟମ ଅନୁସାରେ କେନ୍ଦ୍ର ବିଫଳ ହୋଇଛି । ଏଣୁ ଆନ୍ନା ଅନଶନ କରିବେ ବୋଲି ସ୍ପଷ୍ଠ ଭାବରେ ଜଣାଇ ଦେଇଛନ୍ତି ।
ମହାରାଷ୍ଟ୍ରର ରାଲେଗାଁଓ ସିନେ୍ଧରୁ ଆନ୍ନା ଆରମ୍ଭ କରିବେ ଅନଶନ । ୨୦୧୪ ନିର୍ବାଚନରେ ମୋଦି ସରକାର ଆଶିବା ପରେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଇଥିଲା । ମାତ୍ର ଏହାର କୌଣସି ପ୍ରଭାବ ପଡିନାହିଁ । ୫ ବର୍ଷର ଶାସନ କାଳ ମଧ୍ୟରେ କୌଣସି ବି ବିକାଶ ହୋଇନାହିଁ । ବରଂ ବିନାଶ ପଥରେ ଗତି କରୁଛି ଦେଶ । ଭାରତର ଜିଡିପି ହାର କମିବାରେ ଲାଗିଛି । ଏଣୁ ଏହି ସବୁ ପ୍ରତିବାଦରେ ଆମରଣ ଅନଶନରେ ବସିବେ ଆନ୍ନା । ଏହି ଅନଶନର ପ୍ରଭାବ ପଡିବ ବୋଲି ଆଶା କରାଯାଇଛି । କାରଣ ପୂର୍ବରୁ ମଧ୍ୟ ଆନ୍ନା ଯେଉଁ ସବୁ କାରଣକୁ ନେଇ ଅନଶନକୁ ଓହ୍ଲାଇଛନ୍ତି ତାହା ସଫଳ ହୋଇଛି । ଏଣୁ ନିର୍ବାଚନ ପାଖେଇ ଆସୁଥିବାରୁ ସରକାର ବିରୋଧରେ ଆନ୍ଦୋଳନ ହେଉଥିବାରୁ ୨୦୧୯ରେ ଏହାର ପ୍ରଭାବ ପଡିବ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି ।