ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କାଳିଆ ହେଉ ବା ରାତ୍ରିରେ ଆହାର । ତେବେ ନିର୍ବାଚନ ପୂର୍ବରୁ ଆଉ ଏକ ଘୋଷଣା କରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ନବୀନ । ବନଜାତ ଦ୍ରବ୍ୟ ଉପରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନେ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ସରକାରଙ୍କୁ ଦେବାକୁ ପଡୁଥିଲା । ମାତ୍ର ସରକାର ଏହା ଉପରୁ ରୟାଲିଟି ହଟାଇ ଦେଇଛନ୍ତି ।
ଏବେ ଶ୍ରମିକମାନଙ୍କୁ ଆଉ ପଇସା ଦେବାକୁ ପଡିବ ନାହିଁ । ଯେତେ ଶାଳ ପତ୍ର ବିକିଲେ ମଧ୍ୟ ସରକାରଙ୍କୁ ଆଉ ପଇସା ଦେବେନି ଶ୍ରମିକ । ସରକାରଙ୍କ ଏହି ଘୋଷଣା ଫଳରେ ୨୫ ଲକ୍ଷ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକ ଲାଭବାନ ହେବେ । ସରକାରଙ୍କ ଏହି ଘୋଷଣା ପରେ ବେଶ ଖୁସି ଅଛନ୍ତି ଶ୍ରମିକ । ସେପଟେ ସରକାରଙ୍କ ଏହି ଘୋଷଣାକୁ କଟାକ୍ଷ କରିଛନ୍ତି ବିରୋଧୀ । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଏପରି କରୁଥିବା ଅଭିଯୋଗ କରିଛନ୍ତି । କିନ୍ତୁ ବିସଜେଡି ସବୁବେଳେ ଲୋକଙ୍କ ଉପକାର କୁଥିଲା ଏବଂ କରୁଥିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।