ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରୀୟତୀୟ ମହିଳା ଦଳରେ ସ୍ମୃତି ହେଉଛନ୍ତି ଜଣେ ଉଦୀୟମାନ ଖେଳାଳି । ଦଳ ପକ୍ଷରୁ ଓପନିଂ ବ୍ୟାଟିଂ କରି ପ୍ରଥମରୁ ପ୍ରତିପକ୍ଷ ବୋଲରଙ୍କ ଘାଇଲା କରୁଥିବା ୨୨ ବର୍ଷୀୟ ସ୍ମୃତି ମାନ୍ଧନାଙ୍କୁ ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ୨୦୧୮ ବର୍ଷର ଆୱାଡର ଦୁଇଟି ବଡ ପୁରଷ୍କାର ମିଳିଛି । ସେ ୨୦୨୮ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ବିବେଚିତ ହୋଇଛନ୍ତି । ତାଙ୍କୁ ମଧ୍ୟ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ କହିଳା ଖେଳାଳି ଭାବରେ ମଧ୍ୟ ପୁରଷ୍କୃତ କରାଯାଇଛି । ତେବେ ଏହି ଖବର ଜାଣିବା ପରେ ସ୍ମୃତି ବହୁତ ଖୁସି ଅଛନ୍ତି । ସ୍ମୃତିଙ୍କ ଏହି କିର୍ତ୍ତୀମାନ ରେକର୍ଡରେ ସାରା ଦେଶବାସୀ ମଧ୍ୟ ବେଶ ଖୁସିଥିବା ଜଣା ପଡିଛି ।
ମଙ୍ଗଳବାର ଆଇସିସିର ୨୦୧୮ ବର୍ଷର ଶ୍ରେଷ୍ଠ ପୁରଷ୍କାର ପ୍ରଦାନ କରାଯାଇଛି । ଏଥିରେ ଭାରତୀୟ ପୁରୁଷ ଦଳର ଅଧିନାୟକ କୋହଲିଙ୍କୁ ୫ଟି ଆୱାର୍ଡ ମିଳିଥିବା ବେଳେ ମହିଳା ବର୍ଗରେ ସ୍ମୃତିଙ୍କୁ ମଧ୍ୟ ୨ଟି ସର୍ବଶ୍ରେଷ୍ଠ ଆୱାର୍ଡ ମିଳିଛି । ସ୍ମୃତି କ୍ରିକେଟର ୩ଟି ଯାକ ଫର୍ମାଟରେ ଭଲ ଖେଳ ପ୍ରଦର୍ଶନ କରିଆସିଛନ୍ତି । ଭାରତୀୟ ମହିଳା ଦଳରେ ସେ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ଭାବରେ ବେଶ ପରିଚିତ । ପ୍ରଥମରୁ ବୋଲରଙ୍କୁ ପ୍ରହାର କରିବାରେ ସେ ବେଶ ମାହିର । ତେବେ ପୂର୍ବରୁ ସେ ଅର୍ଜୁନ ପୁରଷ୍କାରରେ ମଧ୍ୟ ଭୂଷିତ ହୋଇଛନ୍ତି । ସ୍ମୃତିଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବେଶ ପ୍ରଂଶସା କରନ୍ତି କ୍ରିକେଟ ପ୍ରେମୀ ।