ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ସପ୍ତାହରେ କପିଲ ଶର୍ମା ତାଙ୍କ ସୋ’ ‘ଦି କପିଲ ଶର୍ମା ସୋ’ଜରିଆରେ ଫ୍ୟାନ୍ସ ମାନଙ୍କ ପାଇଁ କମେଡି ତଡକା ନେଇ ଆସନ୍ତି । ଏବେ କପିଲ ଟେଲିଭିଜନ ସୋ’କୁ କମବ୍ୟାକ କରିବା ସହ ତାଙ୍କର ଭଲ ସମୟ ମଧ୍ୟ ଆରମ୍ଭ ହୋଯାଇଛି । କିନ୍ତୁ ବିବାଦକୁ ନେଇ କପିଲଙ୍କ ପୁରୁଣା ସମ୍ପର୍କ ରହିଛି । ଏହାସହିତ ବିବାଦ ପାଇଁ ତାଙ୍କୁ ଅନେକ ଥର କ୍ଷମା ମାଗିବାକୁ ମଧ୍ୟ ପଡିଛି । ଏବେ ପୁଣି ଏକ ପୁରୁଣା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ମାଗିଛନ୍ତି କପିଲ ।
ଆଜ୍ଞା ହଁ ଗତ ଏନ ଅୟାର ଏପିସୋଡରେ କପିଲ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ମାଗିବାର ନଜର ଆସିଛନ୍ତି । ପ୍ରକୃତରେ ଏଥର ସୋ’ର ଅତିଥି ଭାବେ ଅନୀଲ କପୁର, ସୋନମ କପୁର , ଜୁହି ଚାୱଲା ଏବଂ ରାଜକୁମାର ରାଓ ପ୍ରମୁଖ ପହଁଚିଥିଲେ । ସୋ’ରେ ରାଜ କୁମାର ରାୱଙ୍କୁ କପିଲ ପଚାରିଥିଲେ କି , ଆପଣଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷତ ହୋଇଛି କି ନାହିଁ , ମୋ ବିଷୟରେ କିଛି କଥା ହୋଇଛ ।
ଏହାର ଉତ୍ତରରେ ରାଜକୁମାର କହିଥିଲେ କି, ଯେବେ ମୁଁ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ସହ ସାକ୍ଷାତ କଲି ତେବେ ସେ ଆପଣଙ୍କୁ ନେଇ ରାଗୁଥିଲେ । ଆପଣ କ’ଣ ଟ୍ୱିଟ୍ କରିଛନ୍ତି ବୋଲି ମୁଁ ଶୁଣୁଥିଲି । ରାଜକୁମାରଙ୍କ କଥା ଶୁଣି କପିଲ ଶର୍ମା ଟେଲିଭିଜନ୍ ସୋ’ରେ ସମସ୍ତଙ୍କ ଆଗରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଥିଲେ । କେବଳ ଏତିକି ନୁହେଁ ସିଦ୍ଧୁ ପାଜୀ ବି କପିଲଙ୍କୁ ଚୁଟକୀ ମାରି କହିଥିଲେ ଯେ ରାତି ୧୨ଟାରେ ଟ୍ୱିଟ୍ କରିବାର ଏହା ଫଳ ।
ଖବରମୁତାବକ, କପିଲ ବର୍ଷ ୨୦୧୬ରେ ଟ୍ୱିଟ୍ କରି କହିଥିଲେ କି, ସେ ପ୍ରତ୍ୟେକ ବର୍ଷ ସରକାରଙ୍କୁ ୧୫ କୋଟି ଟଙ୍କାର କର ପୈଠ କରୁଛନ୍ତି ତା ପରେ ବି ମୁମ୍ବାଇରେ ନିଜ ଅଫିସ ପାଇଁ ତାଙ୍କୁ ବିଏମସିକୁ ୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡିବ । ଏହା ହେଉଛି ଆପଣଙ୍କ ଅଛେ ଦିନ୍?
ଏହା ପୂର୍ବରୁ କପିଲ ଶର୍ମା ବି ମୋଦିଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନ ମନ୍ତ୍ରୀ ଯେତେବେଳେ ମୁମ୍ବାଇରେ ସିନେମା ସଂଗ୍ରାହାଳୟ ଉଦଘାଟନ କରିବାକୁ ଆସିଥିଲେ ସେହି ସମୟରେ କପିଲଙ୍କ ସମେତ ଅନେକ ଫିଲ୍ମ କଳାକାରମାନେ ତାଙ୍କ ସହ ସାକ୍ଷତ କରି ଫଟୋ ଉଠାଇଥିଲେ ।