ଯାଜପୁର (ଏଟିଆର ବ୍ୟୁରୋ); ଯାଜପୁର ରୋଡ ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ । ମାତ୍ର ୨୦ ଟଙ୍କା ଦେଲେ ନୋଏଣ୍ଟ୍ରିରେ ଏଣ୍ଟ୍ରି ମାରିବ ଭାରିଯାନ । କିଛି ତଳିଆ ପୋଲିସ କର୍ମଚାରୀ ହରଦମ ଏଭଳି କରୁଥିବା ଅଭିଯୋଗ ହୋଇଛି । ଯେଉଁ ରାସ୍ତାରେ ଭାରିଯାନ ଯିବା ନିଶେଦ୍ଧ ଠିକ ସେହି ରାସ୍ତାରେ ଲୋକଙ୍କ ଜୀବନକୁ ବାଜି ଲଗାଇ ଗଡୁଛି ଭାରିଯାନ । ଏକଥା ନୁହେଁଯେ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀ କିଛି ଜାଣି ନାହାଁନ୍ତି । ବରଂ ସବୁ ମିଲିଭଗତରେ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି ।
ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ ଯାଜପୁର ରୋଡ ବଜାର ଭିତରକୁ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାରିଯାନ ଯିବା ପାଇଁ ନୋ ଏଣ୍ଟ୍ରି ପୋଷ୍ଟର ମରାଯାଇଛି । ତେବେ ବଜାର ଭିତରେ ପଶୁଛି ଭାରିଯାନ । ପୋଲିସ କନେଷ୍ଟବଳମାନେ କୁଆଡେ ମାତ୍ର ୨୦ରୁ ୩୦ ଟଙ୍କା ନେଇ ଭାରିଯାନ ଗୁଡିକୁ ନୋଏଣ୍ଟିରୁ ଏଣ୍ଟି କରାଇ ଦେଉଛନ୍ତି । ଏହି ଭାରିଯାନ ବଜାର ଭିତରେ ପଶିବା ଫଳରେ ବଜାର ଗହଳି ରହୁଛି । ଏବଂ ସାଧାରଣ ଲୋକମାନେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି । ଏଣୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ । କିଛିଦିନ ପୂର୍ବେ ଭାରିଯାନ ଚକା ତଳେ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଥିଲା । ମାତ୍ର ପୋଲିସ ଚେତିବା ବଦଳରେ ମାତ୍ର ୨୦ ଟଙ୍କାରେ ପୁଣି ଥରେ ଛାଡୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ବାବୁଙ୍କୁ ଘୋର ନିନ୍ଦା କରୁଥିବା ଜଣା ପଡିଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ସତରେ ପୋଲିସ ବାବୁଙ୍କ ମୁଣ୍ଡ କଣ ୨୦ ଟଙ୍କା ! ନାଁ ଲୋକଙ୍କ ଅଭିଯୋଗ ମିଛ? ଯଦି ଏହି ଅଭିଯୋଗ ମିଛ ତେବେ ଏଭଳି ଅଭିଯୋଗ କାହିଁକି ଉଠିଲା । ଯଦିଓ ଏହି ଘଟଣା କେତେଦୂର ସତ୍ୟ ତାହା ଜଣା ପଡିନାହିଁ । ତେବେ ସାଧାରଣରେ ପୋଲିସକୁ ଘୋର ନିନ୍ଦା କରାଯାଉଛି । ଏଣୁ ଆମେ ଆଶା କରୁଛୁ ଏହି ଖବର ପଢ଼ିବା ପରେ ପୋଲିସ ଉଚ୍ଚାଧିକାରୀ ମାନେ ନିଶ୍ଚୟ ଚେତିବେ ।