ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସାରା ବିଶ୍ୱରେ ଏବେ କ୍ରିକେଟର ଜଲବା ଚାଲିଛି । ତେବେ ଏଥିରୁ ବାଦ ପଡିନି ଭାରତ । ଭାରତରେ ସବୁଠାରୁ ଅଧିକ କ୍ରିକେଟ ପ୍ରେମୀ ରହିଥିବା ଜଣା ପଡିଛି । ଏଣୁ କ୍ରିକେଟ ମହାକୁମ୍ଭ ବିଶ୍ୱକପ ପାଇଁ ଚାହିଁ ବସିଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ । ୨୦୨୩ରେ ଭାରତରେ ଆୟୋଜନ ହେବ ବିଶ୍ୱକପ । ସେପଟେ ୨୦୨୧ରେ ମଧ୍ୟ ଏଠାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ । ମାତ୍ର ଏହାର ହେବ କି ନାହିଁ ଏହା ଉପରେ ସମସ୍ତଙ୍କର ନଜର ଥିଲା । ମାତ୍ର ଏହା ଦୂର ହୋଇ ଯାଇଛି । ବିସିସିଆଇ ଏହି କଳା ଚାଦରକୁ ହଟାଇ ଦେଇଛି । ବିସିସିଆଇ ଉପରେ ଆଇସିସି ଶୁଳ୍କ ଲଗାଇଥିଲା । ଏଣୁ ଭାରତରେ ହେବ କି ନାହିଁ ଏହା ଉପରେ ଆଶଙ୍କା ରହିଥିଲା ।
ଭାରତକୁ ମିଳିଥିବା ୨୦୨୧ ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୩ ଆଇସିସି ବିଶ୍ବକପ୍ ପ୍ରତି କୌଣସି ବିପଦ ନାହିଁ। ଆଇସିସି ମୁଖ୍ୟ କାର୍ୟ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ ଗୁରୁବାର କିନ୍ତୁ ଭାରତର ଆୟୋଜନ ଉପରେ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ୨୦୧୬ ମସିହାରେ ଭାରତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରିଥିଲା। ଭାରତ ସରକାର ଶୁଳ୍କ ଛାଡ଼ ଲାଗି ମନା କରିଦେବାରୁ ବିସିସିଆଇଠାରୁ ଆଇସିସି ଏ ବାବଦରେ ୧୬୧ କୋଟି ଟଙ୍କା ଦାବି କରିଥିଲା। ନହେଲେ ୨୦୨୩ ବିଶ୍ବକପ୍ ଆୟୋଜନ ଅଧିକାର ହରାଇବ ବୋଲି ମଧ୍ୟ ଧମକ ଦେଇଥିଲା। କୋକା କୋଲା ସହିତ ଏକ ୫ ବର୍ଷିଆ ସହଭାଗିତା ଘୋଷଣା କରିବା ଅବସରରେ ଗୁରୁବାର ରିଚାର୍ଡସନ୍ କହିଥିଲେ, ‘ବିଶ୍ବ କ୍ରିକେଟ୍ରେ ଶୁଳ୍କ ଛାଡ଼ ପାଇବା ଗୁରୁତ୍ବପୂର୍ଣ୍ଣ, କାରଣ ପ୍ରତିଟି ରାଜସ୍ବ କ୍ରିକେଟ୍ର ବିକାଶରେ ଉପଯୋଗ ହେଉଛି। ୱେଷ୍ଟଇଣ୍ଡିଜ୍ରୁ ବିଶେଷ ରାଜସ୍ବ ମିଳୁନଥିବାରୁ ଏହି ଦେଶକୁ ସହୟତା ଦିଆଯାଉଛି। କିନ୍ତୁ ଶୁଳ୍କ ଛାଡ଼ ନିମିଳିଲେ ଯେ ଆୟୋଜନ ଅଧିକାର ପ୍ରତ୍ୟାହାର କରିନିଆଯିବ ତା ଠିକ୍ ନୁହେଁ। ଆମେ ଆଶାବାଦୀ ଅଛୁ ଶୁଳ୍କ ଛାଡ଼ ମିଳିଯିବ, ଏଥିପାଇଁ ଯଥେଷ୍ଟ ସମୟ ରହିଛି। ଅନ୍ୟପକ୍ଷରେ ୨୦୨୦ ମସିହା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍ ପର୍ୟ୍ୟାୟରେ ଭାରତ-ପାକିସ୍ତାନ ମୁହାଁମୁହିଁ ନ ହେବା ସମ୍ପର୍କରେ ରିଚାର୍ଡସନ୍ କହିଥିଲେ, ‘ମାନ୍ୟତା ଦୃଷ୍ଟିରୁ ସେମିଫାଇନାଲ୍ ପୂର୍ବରୁ ଉଭୟଙ୍କ ମୁକାବିଲା ସମ୍ଭାବନା ନାହିଁ।
ତେବେ ସବୁବେଳେ ଦର୍ଶକମାନେ ଭାରତ-ପାକିସ୍ଥାନ ମ୍ୟାଚ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଦୁଇ ପାରମ୍ପରିକ ଶତ୍ରୃ ଦେଶ ହୋଇଥିବାରୁ ପ୍ରତିଟି ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥାଏ । ଏଣୁ ପ୍ରାୟ ସବୁ ବଡ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶକୁ ଗୋଟିଏ ଗ୍ରୃପରେ ରଖା ଯାଇଥାଏ । ମାତ୍ର ଏଥରକ ସେମି ପୂର୍ବରୁ ଦୁହିଁଙ୍କ ମଧ୍ୟରେ ମ୍ୟାଚ ହୋଇ ପାରିବ ନାହିଁ । ସେପଟେ ୨୦୧୧ ମସିହାରେ ଭାରତରେ ଆୟୋଜିତ ହୋଇଥିବା ବିଶ୍ୱକପରେ ଭାରତ ବିଜୟ ହୋଇଥିଲା । ଏଣୁ ଆସନ୍ତା ବିଶ୍ୱକପ ଭାରତରେ ହେବାକୁ ଥିବାରୁ ଭାରତ ପୁନର୍ବାର ଟାଇଟଲ ବଜାୟ ରଖିବ ବୋଲି ଆଶା କରାଯାଇଛି ।