ମୁମ୍ବାଇ (ଏଟିଆର ବ୍ୟୁରୋ): ସର୍ବଦା କିଛି ନା କିଛି କଥାକୁ ନେଇ କଣ୍ଟ୍ରୋଭର୍ସିଆଲ କୁଇନ୍ ରାକ୍ଷୀ ସାୱନ୍ତ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ କୁମ୍ଭମେଳାରେ ସ୍ନାନ କରିବା ପାଇଁ ପ୍ରୟୋଗରାଜ ଯାଇଥିଲେ । ଏହି ଅବସରରେ ତାଙ୍କ ସହ ଅଭିନେତା ସୁଦେଶ ବେରୀ ମଧ୍ୟ ମେଳାରେ ପହଁଚିଥିଲେ । ଏହାର କିଛି ଫଟୋ ଏବଂ ଭିଡିଓ ରାକ୍ଷୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।
ସବୁଠୁ ଖାସ୍ କଥା ହେଉଛି ଅବିବାହିତା ରାକ୍ଷୀ କୁମ୍ଭ ମେଳାରେ ବିବାହିତା ଭଳି ସଜେଇ ହୋଇ ପହଁଚିଥିଲେ । ହାତରେ ଲାଲ ଚୂଡି ଏବଂ ମଥାରେ ଲାଲ ସିନ୍ଦୁର ପିନ୍ଧି ନବ-ବଧୂ ଭଳି ଝଟକୁ ଥିଲେ ରାକ୍ଷୀ । ରାକ୍ଷୀଙ୍କ ଏହି ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କି କାହା ନାମର ସିନ୍ଦୁର ପିନ୍ଧି ରାକ୍ଷୀ ମେଳାରେ ପହଁଚିଛନ୍ତି ।
ଏହାକୁ ନେଇ ରାକ୍ଷୀ ଗଣମାଧ୍ୟମକୁ ସାକ୍ଷାତ କରି କହିଥିଲେ କି , ସେ କୁମ୍ଭ ମେଳାର ସଙ୍ଗମ ସ୍ନାନରେ ନିଜର ପାପ ଧୋଇବା ପାଇଁ ଆସିଛନ୍ତି । ସେ ଅବିବାହିତା ତାପରେ ବି କୁମ୍ଭନଗରୀରେ ଶୋଳ ସୃଙ୍ଗାର କରି ଏବଂ ସିନ୍ଦୁର ଲଗାଇ ଆସିଛନ୍ତି ।
ସେ ଆହୁରୀ ମଧ୍ୟ କହିଥିଲେ କି , କୁମ୍ଭମେଳା ବିଷୟରେ ସବୁବେଳେ ଶୁଣିଥିଲି । ମୋତେ ସେଠାକୁ ଯିବା ପାଇଁ ଅନେକ ନିମନ୍ତ୍ରଣ ମଧ୍ୟ ଆସିଥାଏ । କିନ୍ତୁ ଅଧିକ ଭିଡ ଯୋଗୁଁ ସେଠାକୁ ଯିବା ପାଇଁ ସାହାସ ଜୁଟାଇ ପାରେନା । ଏହି ଅବସରରେ ରାକ୍ଷୀ କୁମ୍ଭ ମେଳାରେ କରାଯାଇଥିବା ବ୍ୟବସ୍ଥା ପାଇଁ ଯୋଗୀ ସରକାରଙ୍କୁ ପ୍ରଶଂସା କରିଥିଲେ ।
ରାକ୍ଷୀ କହିଛନ୍ତି କି, ‘ ମୋତେ ଏଠାକୁ ଆସି ବହୁତ ଭଲ ଲାଗିଲା । ଆମ ହିନ୍ଦୁସ୍ତାନର ସଂସ୍କୃତି ଉପରେ ମୁଁ ଗର୍ବିତ । ଏହାସହିତ ପାଇଲଟ ବାବା ଆମକୁ କୁମ୍ଭମେଳାରେ ଆସିବାକୁ ନିମନ୍ତ୍ରଣ ପଠାଇଥିଲେ । ସେଥିପାଇଁ ଏଥରକ କୁମ୍ଭମେଳାରେ ଆସିବା ପାଇଁ ନିର୍ଣ୍ଣୟ ନେଇଥିଲି । ଏଠାରେ ସନ୍ନ୍ୟାସୀଙ୍କ ବିଭିନ୍ନ ରୂପ ଦେଖିବାକୁ ମିଳିଥାଏ ।’