ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଫିଲ୍ମ ‘ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ’ ପ୍ରେକ୍ଷାଳୟରେ ସୁପର ଡୁପର ହିଟ୍ ସାବ୍ୟସ୍ତ ହେବା ପରେ ଫିଲ୍ମରେ ଥିବା କଳାକାରମାନଙ୍କର ଲଟ୍ରି ଲାଗି ଯାଇଛି । ଫିଲ୍ମର ହିରୋ ବିକି କୌଶାଲଙ୍କର ଖାଲି ଚାରିଆଡେ ଚର୍ଚ୍ଚା ।
ଯେଉଁ ନିର୍ଦ୍ଦେଶକ ଦିନେ ବିକିଙ୍କୁ ଫିଲ୍ମର ସେକେଣ୍ଡ ରୋଲରେ ନେବା ପାଇଁ ରାଜି ନଥିଲେ ଆଜି ସେ ତାଙ୍କର ଚର୍ଚ୍ଚା କରୁଛନ୍ତି । ଏହାସହିତ ଫିଲ୍ମରେ ଥିବା ଅନ୍ୟ ଦୁଇ ଜଣ ହିରୋଇନ ୟାମି ଗୌତମୀ ଏବଂ କାର୍ତ୍ତି କୁହ୍ଲାରୀ ଙ୍କୁ ମଧ୍ୟ ଚାରିଆଡୁ ଖାଲି ଅଫର ଆସୁଛି । ଇତି ମଧ୍ୟରେ ଅଭିନେତ୍ରୀ ୟାମୀ ଗୌତମୀ ତାଙ୍କ ସାମାଜିକ କାମ ପୂରା କରିବାରେ ଲାଗିପଡିଛନ୍ତି ।
ୟାମି ସିଧାସଳଖ ତାଙ୍କ ପ୍ରଶଂସକଙ୍କୁ ସାକ୍ଷାତ କରିବା ସହ ନୂତତ ଭାରତର ନିର୍ମାଣ ପାଇଁ ନୂଆ ଚିନ୍ତାଧାରାର ଆବଶ୍ୟକ ବୋଲି ସେ ଯୁବପିଢୀଙ୍କୁ ବୁଝାଉଛନ୍ତି । ବେଙ୍ଗାଲୁରୁରେ ଅୟୋଜିତ ହୋଇଥିବା ଅଣ୍ଡର ୨୫ ସମିତିରେ ୟାମି ଗୌତମ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।
ସମିତିରେ ୟାମି କହିଛନ୍ତି କି, ‘ଆଜିକାଲିର ଯୁବାପିଢୀଙ୍କ ଉପରେ ସୋସିଆଲ ମିଡିଆର ଅତିରିକ୍ତ ଚାପ ରହିଛି । କହିବାକୁ ଗଲେ ଏହା ଏକ ବଡ ବରଦାନ କିନ୍ତୁ ଏହା ଉପରେ ନିଘା ରଖିବା ଆବଶ୍ୟକ । ମୋତେ ଲାଗୁଛି କି ଆପଣ ଯେତେ ଶେୟାର କରୁଛନ୍ତି, ଆବଶ୍ୟକତା ଅନୁଯାୟୀ ସେତିକି ଦୂରେଇ ରହିବା ଉଚିତ୍ । ଟ୍ରୋଲର୍ସଙ୍କ ସଂସ୍କୃତିକୁ ଦୃଷ୍ଟିରେ ରଖି ଆପଣଙ୍କୁ ଇଣ୍ଟରନେଟର ଆବାଜ୍ ବନିବାର ଅଛି ତାହା ନୁହେଁ କୋଳାହଳ କରି ।’