ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫେବ୍ରୁଆରୀକୁ ସାଧାରଣତଃ ପ୍ରେମର ମାସ ବୋଲି କୁହାଯାଇଥାଏ । ସେହିପରି ଏହି ପ୍ରେମ ମାସର ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ଭାଲେଣ୍ଟାଇନ୍ ୱିକ୍ ରୋଜ୍ ଡେ ରୁ ଆରମ୍ଭ ହୋଇ ଭାଲେଣ୍ଟାଇନ୍ ଡେ ରେ ଶେଷ ହୋଇଥାଏ । ଫେବ୍ରୁଆରୀ ୭ ମାନେ ଆଜି ହେଉଛି ରୋଜ୍ ଡେ । ଆଜିର ଏହି ଖାସ୍ ଦିନରେ ପ୍ରତ୍ୟେକ ଯୁବକ ଯୁବତୀ ଗୋଲାପଟିଏ ଦେଇ ଏହି ଦିନକୁ ପାଳନ କରୁଛନ୍ତି । କାରଣ ଗୋଲାପ ହେଉଛି ପ୍ରେମର ପ୍ରତୀକ ବା ଫୁଲମାନଙ୍କର ରାଜା । ସେଥିପାଇଁ ବଜାରରେ ବିଭିନ୍ନ ରଙ୍ଗର ଗୋଲାପ ଉପଲବ୍ଧ ରହିଛି । ଏହାସହିତ ଆପଣମାନେ ଜାଣିଛନ୍ତି କି ବିଭିନ୍ନ ରଙ୍ଗର ଗୋଲାପର ଅର୍ଥ ଭିନ୍ନ ରହିଛି । ତେବେ ଆସନ୍ତୁ ଜାଣିବା ଗୋଲାପର କେଉଁ ରଙ୍ଗ କ’ଣ କହୁଛି ।
ସିରିଆର ଶେହଜାଦି ହଳିଦିଆ ରଙ୍ଗର ଗୋଲାପକୁ ପସନ୍ଦ କରୁଥିଲେ । ସେହିପରି ମୋଗଲ ବେଗମ ନୁରଜାହାଁଙ୍କ ପ୍ରିୟ ଥିଲା ଲାଲ ଗୋଲାପ । କୁହାଯାଏ କି ନୁରଜାହାଁଙ୍କୁ ଖୁସି କରିବା ପାଇଁ ତାଙ୍କ ଶୌହର ଟନ୍ ହିସାବରେ ତାଜା ଗୋଲାପ ତାଙ୍କ ମହଲକୁ ପଠାଉଥିଲେ । କେବଳ ଏତିକି ନୁହେଁ ଗୋଲାପ ଇତରର ଆବିଷ୍କାର ନୁରଜାହାଁ ହିଁ କରିଛନ୍ତି ।
ଅନ୍ୟ ଏକ ଖାସ୍ କଥା ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପି, ଜବାହାର ଲାଲ ନେହେରୁ ବି ଗୋଲାପର ଦିୱାନା ଥିଲେ । ସେଥିପାଇଁ ତାଙ୍କ କୋର୍ଟରେ ସର୍ବଦା ଗୋଲାପ ଫୁଲ ଲଗାଯାଇଥାଏ । ଏହାସହିତ ୟୂରୋପର ଦୁଇଟି ଦେଶର ରାଷ୍ଟ୍ରୀୟ ଫୁଲ ହେଉଛି ଧଳା ଏବଂ ଲାଲ ଗୋଲାପ ।
ଧଳା ଗୋଲାପ: ସୁଦ୍ଧତା, ସରଳତା ଏବଂ ବିନା ସର୍ତ୍ତର ପ୍ରତିକ ହେଉଛି ଧଳା ଗୋଲାପ ।
ହଳିଦିଆ ଗୋଲାପ: ଖୁସି ଏବଂ ବନ୍ଧୁତା ପରିପ୍ରକାଶ କରିବାର ପ୍ରତିକ ହେଉଛି ହଳିଦିଆ ଗୋଲାପ ।
ଗୋଲାପି ଗୋଲାପ: କୋମଳତା, ବନ୍ଧୁତା, ନମ୍ରତା, କୁତଜ୍ଞତା ସହିତ ନୂତନ ସମ୍ପର୍କର ଆରମ୍ଭ ଗୋଲାପି ଗୋଲାପରୁ ହିଁ ହୋଇଥାଏ ।
ନାରଙ୍ଗି ଗୋଲାପ: ଏହି ରଙ୍ଗର ଗୋଲାପ ମୋହ ଏବଂ ଉତ୍ସାହକୁ ଦର୍ଶାଇ ଥାଏ ।
ଲାଲ ଗୋଲାପ: ସତ ପ୍ରେମର ପ୍ରତିକ ହେଉଛି ଲାଲ ଗୋଲାପ ।