ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଦ୍ୟ ସମ୍ରାଟ ବିଜୟ ମାଲ୍ୟାଙ୍କୁ ନେଇ ଇଡି ପକ୍ଷରୁ ବଡ ଖୁଲାସା କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ କରାଯାଇଥିବା ତଦନ୍ତରୁ ଜାଣିବାକୁ ମିଳିଛି କି ଭାରତରୁ ପାଖାପାଖି ୯୦୦୦ କୋଟି ଟଙ୍କା ହଡପ କରି ଦେଶ ଛାଡି ପଳାୟନ କରିଥିବା ବିଜୟ ମାଲ୍ୟାଙ୍କର ଋଣ ସୁଝିବାର କୌଣସି ଉଦ୍ଦେଶ୍ୟ ନାହିଁ । କନସୋରଟିୟମ ରୁ ମାଲ୍ୟା ନେଇଥିବା ୫୫୦୦ କୋଟି ଟଙ୍କା ଆଉ ଫେରାଇବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ସେ ପ୍ରଥମରୁ ହିଁ ଋଣ ଟଙ୍କା ବିଦେଶକୁ ପଠାଉଥିଲେ ।
ତଦନ୍ତ ରିପୋର୍ଟ ଅନୁଯାୟୀ, ଋଣକୁ ରିଷ୍ଟ୍ରକଚରିଙ୍ଗ କରାଯିବା ପରେ ବି ୟୁନାଇଟେଡ୍ ବ୍ରେବରିଜ୍ ଏବଂ ଅନ୍ୟ କମ୍ପାନୀର ପୁଞ୍ଜି ଏୟାଲାଇନ୍ସରେ ମାଲ୍ୟା ଲଗାଇ ନାହାନ୍ତି । ଇଡି ଅନୁସାରେ କିଙ୍ଗଫିସରକୁ ଏସବିଆଇ, ପିଏନବି ଏବଂ ଆକ୍ସିସ ବ୍ୟାଙ୍କ ରୁ ଋଣ ଦିଆଯାଇଥିଲା । ଏହି ଟଙ୍କାକୁ ମାଲ୍ୟା ବିମାନ ଲିଜ୍ ଟେଣ୍ଟ ନାମରେ ବିଦେଶ ପଠାଇବା ଆରମ୍ଭ କରିଦେଇଥିଲେ । କେବଳ ଏତିକି ନୁହେଁ ସେ ଲିଜ୍ ଟେଣ୍ଟକୁ ବଢାଇ ଚଢାଇ କହିଥିଲେ ।
ଏହାସହିତ ମାଲ୍ୟା ପ୍ରଥମରୁ ହିଁ ଋଣ ଟଙ୍କା ବିଦେଶ ପଠାଇବା ଆରମ୍ଭ କରିଦେଇଥିଲେ । ବର୍ଷ ୨୦୧୦ରେ ରିଷ୍ଟ୍ରକଚରିଙ୍ଗ ପରେ ବ୍ୟାଙ୍କ ପକ୍ଷରୁ ବାକି ମୂଳଧନ ୬୦୦୦ କୋଟି ଟଙ୍କାରୁ କମାଇ ୫,୫୭୫.୭୨ କରିଦିଆ ଯାଇଥିଲା । ଏହାପରେ ବି ମୂଳଧନକୁ ୪,୯୩୦.୩୪ କରି ଦିଆଗଲା ।
ଇଡିର କହିବାନୁଯାୟୀ , ବାରମ୍ବାର କିଙ୍ଗଫିଶରକୁ ମନେ ପକାଇ ଦିଆଯାଇଥିଲା କି ଲିଜ୍ ସମ୍ବୋଧିତ ଡକ୍ୟୁମେଣ୍ଟ ବ୍ୟବସ୍ଥା କରାଯାଉ କିନ୍ତୁ କମ୍ପାନୀ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ । ଏହି ଯୋଜନ ପ୍ରଥମରୁ ହିଁ କରାଯାଇଥିଲା କି ବ୍ୟାଙ୍କରୁ ବଡ ଆକାରରେ ଋଣ ନେବା । ସେହି ଟଙ୍କାକୁ ଜାଲିଆତି କରି ବିଦେଶରେ ଠିକାନା ଲଗାଇବା ।