ମୁମ୍ବାଇ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତୀ ଇରାନୀ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ଥାନ୍ତି । ଟିଭି ସିରିଏଲ ‘କ୍ୟୁଁକି ଶାସ ଭି କଭି ବହୁ ଥି’ ରୁ ଘରେ ଘରେ ପରିଚିତ ହୋଇଥିବା ସ୍ମୃତୀ ରାଜନୀତିରେ ପାଦ ଦେବା ପରେ ନିଜର ତୀକ୍ଷଣ ବୟାନ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ।
ସର୍ବଦା ସୋସିଆଲ ମିଡିଆରେ ସ୍ମୃତୀ ତାଙ୍କ ପରିବାର ସହିତ ଫଟୋ ସେୟାର କରିଥାନ୍ତି । ନିକଟରେ ସେ ତାଙ୍କ ଝିଅ ଜୋଇଶ ଇରାନୀ ସହିତ ଏକ ଫଟୋ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫଟୋକୁ ସେୟାର କରି ସେ କ୍ୟାପସନ୍ ରେ ଲେଖିଛନ୍ତ, ‘ପ୍ରତ୍ୟେକ ଥର ଏ ଯେତେବେଳେ ଆଖି ବୁଲାଇ ଥାଏ ତାକୁ ମାରିବାକୁ ଇଛା ହୁଏ କିନ୍ତୁ ନା..ପୁଣି ହସିକି କଥା ଶେଷ କରିଦେଇଥାଏ ।’
ସ୍ମୃତି ଇରାନୀ ସୌନ୍ଦର୍ଯ୍ୟ ପ୍ରସାଧାନ ପ୍ରଚାର ଠାରୁ ନେଇ ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେଇ ସାରିଛନ୍ତି । ୧୯୯୮ ରେ ସ୍ମୃତୀ ମିସ୍ ଇଣ୍ଡିଆ ପାଜେଣ୍ଟ ଫାଇନାଲରେ ପହଁଚିଥିଲେ । ସେହି ବର୍ଷ ସେ ମିକା ସିଂଙ୍କ ଆଲବମ୍ ‘ସାୱନ ମେଁ ଲଗ୍ ଗେଇ ଆଗ୍’ ର ଗୀତ ରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା । ଏହାସହିତ ସ୍ମୃତୀ ମଡେଲିଂ କରିବା ପୂର୍ବରୁ ଗୋଟେ ପ୍ରସିଦ୍ଧ ରେସ୍ତୋରାଂରେ ୱେଟର ଭାବେ କାମ କରୁଥିଲେ ।
ବର୍ଷ ୨୦୦୦ରେ ସେ ଟିଭି ସିରିଏଲ ‘ଆତିଶ’ ଏବଂ ‘ହମ ହୈ କଲ ଆଜ ଔର କଲ’ରେ ଛୋଟ ପରଦାରେ ଏଣ୍ଟ୍ରି କରିଥିଲେ । ଉଭୟ ସିରିଏଲ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିଲା । ତାପେର ସେ ଏକତା କପୁରଙ୍କ ସିରିଏଲ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।