ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ମହାସଚିବ ତଥା ୟୁପି ପୂର୍ବାଞ୍ଚଳର ପ୍ରଭାରୀ ହେବା ପରେ ପ୍ରିୟଙ୍କା ପ୍ରଥମ ଥର ଚାରି ଦିନିଆ ଲକ୍ଷେ୍ନø ଗସ୍ତରେ ଯାଇଛନ୍ତି । ସେଠାରେ ପ୍ରିୟଙ୍କାଙ୍କର ଆଜି ପ୍ରଥମ ରୋଡ୍ ସୋ । ଏହି ରୋଡ୍ ସୋ’ରେ ପ୍ରିୟଙ୍କାଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିୟା ବି ସାମିଲ ଅଛନ୍ତି । ଇତି ମଧ୍ୟରେ ପ୍ରିୟଙ୍କାଙ୍କ ପତି ରୋବର୍ଟ ଭଦ୍ରା ନିଜ ଫେସବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ କରି ପ୍ରିୟଙ୍କାଙ୍କୁ ଶୁଭକାମନା ଜଣାଇଛନ୍ତି ।
ଭଦ୍ରା ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି କି, ‘ଉତ୍ତର ପ୍ରଦେଶରେ କାମ କରିବା ଏବଂ ଭାରତ ଲୋକଙ୍କ ପାଇଁ ସେବା କରିବାର ନୂଆ ଯାତ୍ରା ପାଇଁ ତୁମକୁ ମୋର ଶୁଭକାମନା । ତୁମେ ମୋର ଜଣେ ଭଲ ବନ୍ଧୁ ହେବା ସହ ଆଦର୍ଶ ପତ୍ନୀ ଏବଂ ଆମ ପିଲାଙ୍କର ସବୁଠୁ ଭଲ ମା’ । ସେଠାରେ ବହୁତ ସମ୍ବେଦନଶୀଳ ଏବଂ ଭ୍ରଷ୍ଟ ରାଜନୈତିକ ମାହୋଲ.. କିନ୍ତୁ ମୁଁ ଜଣିଛି, ଲୋକଙ୍କ ସେବା କରିବା ତାଙ୍କର କର୍ତ୍ତବ୍ୟ ଏବଂ ମୁଁ ପ୍ରିୟଙ୍କାଙ୍କୁ ଭାରତର ଲୋକଙ୍କୁ ସମର୍ପଣ କରୁଛି । ଦୟାକରି ତାଙ୍କୁ ସୁରକ୍ଷିତ ରଖନ୍ତୁ’ ।
ଅନ୍ୟପଟେ ରୋବର୍ଟ ଭଦ୍ରା ଏବଂ ତାଙ୍କ ମା’ ମ୍ୟାରୀନ ଭଦ୍ରା ଜୟପୁରରେ ପହଁଚିଛନ୍ତି । ଜମି ଘୋଟାଲା ମାମଲରେ ତାଙ୍କୁ ବିକାନେରଠାରେ ପଚରା ଉଚରା କରାଯିବ । ଏହାପୂର୍ବରୁ ରବିବାର ଦିନ ସେ ଫେସବୁକ୍ ଜରିଆରେ ସତର ବିଜୟୀ ହୁଏ ବୋଲି ଉଲ୍ଲେଖ କରିଥିଲେ ।