ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଅଧିକାଂଶ ମାତ୍ରାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଟିଆର ଗାହକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଏହି ବ୍ୟାଙ୍କରେ ଆପଣଙ୍କର ବି ଆକାଉଣ୍ଟ ଥାଇ ପାରେ, କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଗୋଟେ ଭୁଲ୍ ପାଇଁ ସାରା ଜୀବନର ଆୟ ଗାୟବ ହୋଇପାରେ । ଏନେଇ ଖୋଦ୍ ବ୍ୟାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା..
ମୋବାଇଲ ଫୋନ୍ ରେ ନେଟ ବ୍ୟାଙ୍କିଙ୍ଗ ସୁବିଧା ଉପଯୋଗ କରୁଥିବା ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ଉପଦେଶ ଦିଆଯାଇଛି । ଆପଣ ମୋବାଇଲରେ ଯେକୌଣସି ଆପ୍ ଡାଉନଲୋଡ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ । ଆରବିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଏନିଡେକ୍ସ ଭଳି ଅନ୍ୟ ଆପ୍ ଗୁଡିକ ଆପଣଙ୍କ ୟୁପିଆଇ ଏବଂ ମୋବାଇଲ ୱାଲେଟରୁ ଟଙ୍କା ଚୋରୀ କରି ପାରନ୍ତି ।
ଏନେଇ ଆରବିଆଇ ପକ୍ଷରୁ ଫେବ୍ରୁଆର ୧୪ରେ ଅଲର୍ଟ ଜାରି କରାଯାଇଛି । ଏଥିରେ କୁହାଯାଇଛି କି ମୋବାଇଲ ଫୋନକୁ ରିମୋଟ ଆକ୍ସେସ ଠାରୁ ନେଇ ଧୋକାରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ହଡକମ୍ପ ଏବେ ସାମ୍ନାକୁ ଆସିଛି । ପ୍ଲେଷ୍ଟୋରରେ ଏନିଡେକ୍ସ ଭଳି ଅନେକ ଆପ୍ ମହଜୁଦ ଅଛି । ଯାହାଫଳରେ ଲୋକେ ଠକାମୀର ଶିକାର ହୋଇପାରନ୍ତି । ଆରବିଆଇ ପକ୍ଷରୁ ବ୍ୟାଙ୍କକୁ ନର୍ଦ୍ଦେଶ ଦିଆଯାଇଛି କି ଗ୍ରାହକମାନେ ଠକାମୀରୁ ରକ୍ଷା ପାଇବା ପାଇଁ ଜାଗୃତ ରୁହନ୍ତୁ ।
କିଭଳି ବ୍ୟାଙ୍କ ଆକାଉଣ୍ଟରୁ ଲୁଟ୍ ହୁଏ:
– ସୋସିଆଲ ମିଡିଆରେ ଲୋକଙ୍କୁ ଏନିଡେକ୍ସ ଭଳି ଆପ୍ ଡାଉନଲୋଡ କରିବା ପାଇଁ ଲୋଭ ଦେଖାଯାଇଥାଏ ।
– ମୋବାଇଲରେ ଆପ୍ ଡାଉନଲୋଡ କରିବା ପରେ ୯ ଅଙ୍କ ବିଶିଷ୍ଟ ଗୋଟେ କୋଡ ଆସିଥାଏ, ସେହି କୋଡକୁ ଚୋରୀ କରୁଥିବା ବ୍ୟକ୍ତି ମାଗିବ ।
– ପୁଣି ସେହି କୋଡକୁ ସେ ତାର ମୋବାଇଲରେ ଆଡ୍ କରି ମୋବାଇଲ ଫୋନ୍ ଦ୍ୱାରା ଆଦେଶ ଦେବାକୁ କହିବ ।
– ଏହାପରେ ତାକୁ ଆପଣଙ୍କ ମୋବାଇଲର ରିମୋଟ ଆକ୍ସେସ ମିଳିଯିବ । ତାପରେ ସେ ଆପଣଙ୍କ ମୋବାଇଲରେ ମହଜୁଦ ଥିବା ବ୍ୟାଙ୍କ ଆପରୁ ଟଙ୍କା ଆରାମରେ ଉଠାଇ ନେବ ।
ପ୍ରକୃତରେ ଯେକୌଣସି କମ୍ପ୍ୟୁଟରର ରିମୋଟ ଆକ୍ସେସ ନେବା ପାଇଁ ଏନିଡେକ୍ସ ସଫ୍ଟେଓୟାର ବ୍ୟବହାର କରାଯାଏ । ଯଦି ଆପଣଙ୍କ ଲ୍ୟାପଟପ୍ ରେ ଏନିଡେକ୍ସ ସଫ୍ଟୱେୟାର ଅଛି ଏଂବ ଅନ୍ୟ ଜଣଙ୍କ ଲ୍ୟାପଟପ୍ ରେ ବି ସେହି ସଫ୍ଟୱେୟାର ଅଛି ତେବେ ଦୁହେଁ ୟୁଜର୍ସ ଦୁହେଁ ଦୁହିଁଙ୍କର ସିଷ୍ଟମକୁ ଦୂରରେ ଥାଇ ବି କଣ୍ଟ୍ରୋଲ କରିପାରିବେ । ସେଥିପାଇଁ ଆକ୍ସେସ ମଧ୍ୟ ଦେବାକୁ ପଡେ ।