ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ନବୀନଙ୍କ କାଳିଆ ଯୋଜନା ଟଙ୍କା ପରେ ଏବେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ମୋଦିଙ୍କ ଟଙ୍କା । ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରି କିଷାନ ଯୋଜନା ଘୋଷଣା କରିଥିଲେ ମୋଦି।ଏହି ଯୋଜନା ଅନୁଯାୟୀ ମୋଦି ୨୪ ଫେବୃଆରୀରେ ଉତ୍ତର ପ୍ରଦେଶର ଗୋରଖପୁରରେ କୃଷକଙ୍କ ପ୍ରଥମ ପର୍ଯ୍ୟାୟ ଟଙ୍କା ଦେବାକୁ ଯାଉଛନ୍ତି। ଗୋରଖପୁରରେ ବିଜେପିର ରାଷ୍ଟ୍ରୀୟ କୃଷକ ସମ୍ମିଳନୀରେ ଦେଶର ୧୨ କୋଟି କୃଷକଙ୍କ ଖାତାକୁ ମୋଦି ୨ ହଜାର ଟଙ୍କା ଟ୍ରାନ୍ସଫର କରିବେ।
କୃଷକଙ୍କ ଖାତାକୁ ୨ ହଜାର ଟଙ୍କା ଦେବାକୁ କେନ୍ଦ୍ର ସରକାର ଏନସିପିଆଇକୁ ନିର୍ଦେଶ ଦେଇଥିଲେ। ଏନ୍ପିସିଆଇ ଅନୁସାରେ ୨୨ ଫେବୃଆରୀରେ କୃଷକଙ୍କୁ ଏହି ଯୋଜନା ସମ୍ପର୍କରେ ସୂଚନା ଦିଆଯିବ। ଏବଂ ୨୪ ଫେବୃଆରୀରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ।ଏହି ଯୋଜନା ଅଧିନରେ ୨ ହେକ୍ଟର ପର୍ୟ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ତିନୋଟି କିସ୍ତିରେ ୨ ହଜାର ଟଙ୍କା କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏଥିପାଇଁ କେନ୍ଦ୍ର ସରକାର ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ତେବେ ମୋଦିଙ୍କ ଏହି ଘୋଷଣା ପରେ ବେଶ ଖୁସି ଅଛନ୍ତି ଦେଶବାସୀ । ସବୁଠାରୁ ବେଶି ଖୁସି ଅଛନ୍ତି ଓଡିଶା ଚାଷୀ । ନିକଟରେ ନବୀନଙ୍କ କାଳିଆ ଟଙ୍କା ଆକାଉଣ୍ଟକୁ ଆସିଥିବା ବେଳେ ଏବେ ମୋଦିଙ୍କ କିଷାନ ନିଧି ଟଙ୍କା ଆସିବ । ତେବେ ମୋଦି ଏହିଯୋଜନା ଘୋଷଣା କରିବା ପରେ ବହୁତ ଚର୍ଚ୍ଚା ହୋଇଥିଲା । ମୋହି ନବୀଙ୍କ ନକଲ କରୁଥିବା କୁହାଯାଇଥିଲା । ତେବେ ସେ ଯାହାବି ହେଉ ଚାଷୀମାନେ ସୁବିଧା ପାଉଛନ୍ତି । ତେବେ ଏହି ସବୁଯୋଜନା କେବଳ ନିର୍ବାଚନକୁ ନଜରରେ ରଖି କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ନିକଟରେ କଂଗ୍ରେସ ଚାଷୀଙ୍କ ପାଇଁ ୩ଟି ରାଜ୍ୟରେ ସରକାର ଗଠନ କରିଥିଲା । ଏଣୁ ସବୁ ରାଜନୈତିକ ଦଳମାନେ ଚାଷୀଙ୍କୁ ମୋହରା ବନେଇବା ପାଇଁ ଏଭଳି ଯୋଜନା ଘୋଷଣା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।