ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ପେନ୍ର ବାର୍ସିଲୋନାରେ ଆୟୋଜିତ ହୋଇଥିବା ମୋବାଇଲ ୱାର୍ଲ୍ଡ ୨୦୧୯ ରେ ନୋକିଆ କମ୍ପାନୀ ପକ୍ଷରୁ ପାଞ୍ଚୋଟି ସ୍ମାର୍ଟଫୋନ ଲଞ୍ଚ କରାଯାଇଛି । ସେଥିରେ ରହିଛି ନୋକିଆ ୯ପ୍ୟୁର ଭିୁ୍ୟ, ନୋକିଆ ୪.୨, ନୋକିଆ ୩.୨, ନୋକିଆ ୧ ପ୍ଲସ ଏବଂ ନୋକିଆ ୨୧୦ ଫିଚର ଫୋନ । ଏଥିରେ ଥିବା ଦୁଇଟି ସ୍ମାର୍ଟଫୋନ୍ ନୋକିଆ ୩.୨ ଏବଂ ନୋକିଆ ୪.୨ ର ଫିଚର ସବୁ କ’ଣ ରହିଛି ଆସନ୍ତୁ ଜାଣିବା ।
ନୋକିଆ ୪.୨:
ଏହି ଫୋନ୍ ରେ ୫.୭ ଇଞ୍ଚର ଡିସପ୍ଲେ ରହିଛି । ଏହି ଫୋନ୍ କ୍ୱାଲକମ ସ୍ନାପଡ୍ରାଗନ ୪୩୯ ପ୍ରୋସେସର ବିଶିଷ୍ଟ । ଏଥିରେ ଫିଙ୍ଗର ପ୍ରିଣ୍ଟ ଏବଂ ଫେସ୍ ଅନାଲିସିସ୍ ଭଳି ଫଚର୍ସ ରହିଛି । ଏହାସହିତ ଏଥିରେ ୨ଜିବି ର୍ୟାମ ସହିତ ୧୬ ଜିବି ଷ୍ଟୋରେଜ୍ ଏବଂ ୩ଜିବି ର୍ୟାମ ସହିତ ୩୨ ଜିବି ଭ୍ୟାରିଏଣ୍ଟ ରହିଛି । ଫୋନ୍ ରେ ୧୩ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୮ ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ରହିଛି । ଏହାସହିତ ପାୱାର ପାଇଁ ୩,୦୦୦ ଏମଏଏଚ୍ ର ବ୍ୟାଟେରୀ ରହିଛି । ଏହି ଫୋନ୍ ର ଦର ୧୬୯ ଡଲାର ମାନେ ୧୨୦୦୦ ଟଙ୍କା ରହିଛି ।
ନୋକିଆ ୩.୨:
ଏହି ଫୋନରେ ୬.୨୬ ଇଞ୍ଚର ଏଚଡି ଡିସପ୍ଲେ ରହିଛି, ଯାହାର ସ୍କ୍ରିନ୍ ରିଜ୍ୟୁଲେସନ ୭୨୦*୧୫୨୦ ପିକ୍ସଲ । ନୋକିଆର ଏହି ଫୋନ୍ ବି ଫେସ୍ ଅନଲକ୍ ଏବଂ ଫିଙ୍ଗର ପ୍ରିଣ୍ଟକୁ ସପୋର୍ଟ କରିବ । ଏହି ଫୋନ୍ ର ଷ୍ଟୋରେଜ୍ କଥା କହିବାକୁ ଗଲେ ୨ଜିବି ର୍ୟାମ ସହିତ ୧୬ଜିବି ଷ୍ଟୋରେଜ୍ ଏବଂ ୩ଜିବି ର୍ୟାମ ସହିତ ୩୨ ଜିବି ଭ୍ୟାରିଏଣ୍ଟ ।ଏହି ସ୍ମାର୍ଟ ଫୋନ୍ ରେ ୧୩ ମେଗାପିକ୍ସଲ ରିୟର କ୍ୟାମେରା ରହିଛି । ସେଲ୍ଫି ପାଇଁ ୫ ମେଗାପିକ୍ସଲର ଫିକ୍ସଡ ଫୋକସ କ୍ୟାମେରା । ଏହାସହିତ ୪,୦୦୦ ଏମଏଚଏ ର ବ୍ୟାଟେରୀ । ସବୁଠୁ ବଡ କଥା ହେଲା ଏହି ଫୋନ୍ ର ବ୍ୟାଟେରୀ ଦୁଇ ଦିନ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହି ଫୋନ୍ ର ମୂଲ୍ୟ ୧୩୯ ଡଲାର ମାନେ ୧୦ ହାଜାର ଟଙ୍କା ରହିଛି ।
ଏହି ଦୁଇଟି ଫୋନ୍ରେ ବିଶେଷତ୍ୱ ହେଉଛି ଏଥିରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ କ୍ୟାମେରା, ଫେସ୍ ଅନଲକ୍ ଫିଚର ଏବଂ ୱାଟରଡ୍ରପ୍ ନଚ୍ ଡିସପ୍ଲେର ସୁବିଧା ରହିଛି । ଏହାବ୍ୟତିତ ଏହି ସ୍ମାର୍ଟ ଫୋନ୍ ରେ ଗୁଗଲ ଆସିଷ୍ଟାଣ୍ଟ ପାଇଁ ଅଲଗ ବଟନ୍ ଦିଆ ଯାଇଛି ଏବଂ ପାୱର ବଟନରେ ନୋଟିଫିକେସନ ଲାଇଟି ରହିଛି ।