ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶର ସ୍ମାର୍ଟ ସିଟି ସିଇଓ ମାନଙ୍କୁ ନେଇ ନୂଆଦିଲ୍ଲୀ ସ୍ଥିତ ଏନଡିଏମସି କନଭେନସନ ସେଣ୍ଟରରେ ଆଜି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବର୍ଷକର ସଫଳତା ଏବଂ ଲକ୍ଷ୍ୟ ସାଧନରେ ସମସ୍ତେ ଏକାଠି ସେଲିବ୍ରେଟ କରିବା ପାଇଁ ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଫେବ୍ରୁଆରୀ ୨୬ ଏବଂ ୨୭ ଦୁଇ ଦିନ ଯାଏଁ ଏହି ସମ୍ମିଳନୀ ଚାଲିବ । ଏଥିରେ ୧୦୦ଟି ସ୍ମାର୍ଟ ସିଟିର ସିଇଓ ମାନେ ସାମିଲ ହୋଇଛନ୍ତି ।
ଚଳିତ ବର୍ଷ ଏହି ସମ୍ମିଳନୀରେ ରହିଛି ପ୍ୟାନେଲ ଡିସ୍କସନ, ଅଞ୍ଚଳ ଅନୁଯାୟୀ ପୁରସ୍କାର ବଣ୍ଟନ ଏବଂ ସ୍ମାର୍ଟ ସିଟି ଡିଜିଟାଲ ପେମେଣ୍ଟ ଆୱାର୍ଡ । ଏହାର ମୁଖ୍ୟ ଅତିଥି ଭାବେ ଗୃହ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ସବୁଠାରୁ ଭଲ ଡିଜିଟାଲ ପେମେଣ୍ଟ ସିଟି ଭାବେ ଭୁବନେଶ୍ୱର ଏବଂ ଉଜେନ୍ କୁ ପୁରସ୍କୃତ କରାଯାଇଛି । ଯାହାର କ୍ଷମତା ରହିଛି ୫ ଲକ୍ଷ ରୁ ୧୦ ଲକ୍ଷ ଏବଂ ଶୂନ ରୁ ୫ ଲକ୍ଷ ଶ୍ରେଣୀରେ ପୋର୍ଟବ୍ଲେୟର ରହିଛି । ସେହିପରି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରେଣୀରେ ଅହମଦାବାଦ ଏବଂ ପିମ୍ପରି-ଚିଞ୍ଚୱାଡ ରହିଛି ।
ଦିନକୁ ଦିନ ସ୍ମାର୍ଟ ସିଟି ଭୁବନେଶ୍ୱରର ହୋଲିଆ ବଦଲୁଛି । ରାସ୍ତା ଘାଠଠୁ ଆରମ୍ଭ କରି ପାଣି ଯାଏଁ ସବୁକିଛି ହାଇଟେକ୍ ହୋଇଛି । ଏକଦା ଖାଲ ଖମାରେ ଭର୍ତ୍ତି ଥିବା ରାଜଧାନୀର ରାସ୍ତା ଏବେ ଚକାଚକ ହୋଇଛି । ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ତ ପୂରା ରାଜଧାନୀକୁ ରଙ୍ଗୀନ କରୁଛି । ସେଥିପାଇଁ ଭୁବନେଶ୍ୱରକୁ ଅନେକ ଆୱାର୍ଡ ମଧ୍ୟ ମିଳିଛି । ଏବେ ରାଜଧାନୀ ନାଁ ଆଉ ଏକ ଆୱାର୍ଡ ଯୋଡି ହୋଇ ଯାଇଛି । ତାହା ପୁଣି ଡିଜିଟାଲ ପେମଣ୍ଟ ଆୱାର୍ଡ ।
ଏହି ସମ୍ମିଳନୀ ବିଭିନ୍ନ ପ୍ରକାରର ପ୍ରୋଗ୍ରାମ ଲଞ୍ଚ କରାଯାଇଛି ଯେପରିକି:
– ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ୨୦୧୯
– ଦି ମୁନିସିପାଲ ପରଫରମାନ୍ସ ଆସେସମେଣ୍ଟ ଫ୍ରେମୱାର୍କ ୨୦୧୯
– କ୍ଲାଇମେଟ୍ ସ୍ମାର୍ଟ ସିଟି ଆସେସମେଣ୍ଟ ଫ୍ରେମୱାର୍କ ୨୦୧୯
– ଡାଟାସ୍ମାର୍ଟ ସିଟିଜ୍ ଷ୍ଟ୍ରାଟେଜୀ ଆସେସମେଣ୍ଟ ଫ୍ରେମୱାର୍କ ୨୦୧୯
– ଓପନ ଡାଟା (ଆଇୟୁଡିଏକ୍ସ) ପୋଟାର୍ଲ ।