ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ସଫଳ ହେବା ପରେ ଏବେ ପୁଣି ପାକିସ୍ତାନ ତାର କୂଟନୀତି ଦେଖାଇଛି । ଜମ୍ମୁ-କଶ୍ମୀରର ନୌଶେରାରେ ଭାରତୀୟ ବାୟୁ ସୀମାର ଉଲଂଘନ କରିଛି ପାକିସ୍ତାନ । ରିପୋର୍ଟ ମୁତାବକ ଜମ୍ମୁ-କଶ୍ମୀର ନୌଶେରାରେ ପାକିସ୍ତାନ ବିମାନ ଧସେଇ ପଶିଛି କୁହାଯାଉଛି କି ପୁଞ୍ଚ ଏବଂ ରାଜ୍ୟାରୀ ଅଞ୍ଚଳରେ ପାକିସ୍ତାନ ବୋମା ବର୍ଷା କରିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ, ଶ୍ରୀନଗର ଏବଂ ପଠାନକୋଟ ବିମାନ ବନ୍ଦରକୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାସହିତ ଶ୍ରୀନଗର ବିମାନବନ୍ଦରରୁ ସମସ୍ତ ବିମାନ ଉଡାଣକୁ ବାତିଲ କରିଦିଆଯାଇଛି ।
ନିୟନ୍ତ୍ରଣ ରେଖା (ଏଲଓସି ସହ) ସଂଯୋଗ କରୁଥିବା ଅଞ୍ଚଳ ହେଉଛି ନୌଶେର । ପାକିସ୍ତାନ ବାୟୁସେନାର ବିମାନଟି ରାଜ୍ୟାରୀରେ ପଶି ଥିଲେ । କୁହାଯାଉଛି କି ଭାରତୀୟ ବାୟୁସେନା ପକ୍ଷରୁ ସେହି ବିମାନକୁ ଭିତରକୁ ପଶିବାକୁ ଦିଆଯାଇନଥିଲା ବରଂ ତଡି ଦିଆଯାଇଥିଲା । ପୁଲୱାମା ହମଲାର ଠିକ୍ ୧୨ ଦିନ ପରେ ପାକିସ୍ତାନଠାରୁ ଭାରତ ପ୍ରତିଶୋଧ ନେଇଥିଲା । ମଙ୍ଗଳବାର ସକାଳୁ ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପୁଣି ଥରେ ଆଉ ଏକ ପଦକ୍ଷେପ ନେଇଛି ବୋଲି କୁହାଯାଉଛି ।
ରିପୋର୍ଟ ମୁତାବକ, ପାକିସ୍ତାନ ବିମାନ ବୁଧବାର ଜମ୍ମୁ-କଶ୍ମୀରର ରାଜ୍ୟାରୀ ଜିଲ୍ଲାର ନୌଶେରା ଅଞ୍ଚଳରେ ଭାରତୀୟ ବାୟୁ ସୀମାକୁ ଉଲଂଘନ କରିଛି । କିନ୍ତୁ ଭାରତୀୟ ବାୟୁସେନା ପକ୍ଷରୁ ସେହି ବିମାନକୁ ଘଉଡେଇ ଦିଆଯାଇଛି । ଏନେଇ ଜଣେ ଶୀର୍ଷ ଅଧିକାରୀ ମତ ପ୍ରକାଶ କରିଛନ୍ତି ।