ରାୟଗଡା (ଏଟିଆର ବ୍ୟୁରୋ); ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଓଲଟି ପଡିଲା ଟ୍ୟାଙ୍କର । ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଅନ୍ତର୍ଗତ କାଳିଆପଡା ଘାଟିରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛି । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ତେବେ ରାସ୍ତାରେ ଏତେ ବଡ ଗାଡି ଓଲଟି ପଡିଥିବାରୁ ରାସ୍ତା ବନ୍ଦ ହୋଇଥିଲା । ଦୀର୍ଘ ଦୁଇ ଘଣ୍ଟା ସମୟ ଲାଗିଥିଲା ଜାମ ହଟିବା ପାଇଁ । କ୍ରେନ ଆସିବା ପରେ ଗାଡିକୁ ସାଇଡ କରିଥିଲା । ଏହାପରେ ଗାଡି ଚଳାଚଳ ହୋଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଛି ।
ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିନ ୪ଟା ବେଳେ ଟ୍ୟାଙ୍କରଟି ଦୁର୍ଘଟଣାଗସ୍ତ ହୋଇଛି । ଡ୍ରାଇଭର ବେପରୁଆ ଭାବରେ ଦ୍ରୃତଗତିରେ ଗାଡି ଚଳାଉଥିଲେ । ଫଳରେ ଟ୍ୟାଙ୍କରଟି ଦୁର୍ଘଟଣାର ଶିକାର ହୋଇଛି । ଆଜିର ଦିନରେ ରାୟଗଡାରେ ଦୁଇଟି ବଡ ଦୁର୍ଘଟଣା ଘଟିଛି । ତେବେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତିି ସ୍ଥାନୀୟ ଲୋକ । ଅକାଳରେ ବହୁ ଲୋକଙ୍କ ଜୀବନ ଚାଲିଯାଉଥିବା ମଧ୍ୟ ନଜିର ରହିଛି ।