ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜନୈତିକ ମହଲ ଯେତିକି ଉଷ୍ମ ହେବାରେ ଲାଗିଛି ନେତାଙ୍କ ଦଳ ବଦଳ ସେତିକି ସରଗରମ ହେବାରେ ଲାଗିଛି । ଘଡିକେ ଘୋଡା ଛୁଟୁଥିବାରୁ କିଏ କେତେବେଳେ କେଉଁ ଦଳରେ ସାମିଲ ହେବ ତାହା ଜାଣିବା କାଠିକର ପାଠ ହୋଇ ଯାଉଛି । ତେବେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଦିଲୀପ ରାୟଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ପଦ୍ମ ପୋଖରୀରୁ ବାହାରିବା ପରେ ଶଙ୍ଖ ଫୁଙ୍କିବେ ବୋଲି ଚର୍ଚ୍ଚା ହେଉଥିଲା । ଏମିତିକି ଦୀର୍ଘ ୧୭ ବର୍ଷପରେ ନବୀନ ନିବାସରେ ପାଦ ରଖିଥିଲେ ଦିଲୀପ । ଏହା ପରଠାରୁ ସମସ୍ତଙ୍କ କଳ୍ପନା ଜଳ୍ପନାର ଅନ୍ତ ହୋଇଥିଲା କି ଦିଲୀପ ବିଜେଡିରେ ସାମିଲ ହେବା ଏକ ପ୍ରକାର ଠିକ ହୋଇଯାଇଛି ।
ନୀବନ ନିବାସରୁ ଫେରିବା ପରେ ରବିବାର ଦିଲୀପ ଦଳରେ ଯୋଗ ଦେଇପାରନ୍ତି ବୋଲି ଶଣିବାକୁଚ ମିଳିଥିଲା । କିନ୍ତୁ ଦୁଇଦିନ ବିତିଯାଇଥିଲେ ସୁଦ୍ଧା କୌଣସି ନାଁଗନ୍ଦ ଆସୁନି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କିଛି ବଡ ଡିଲ କରିଦେଲେ କି ଦିଲୀପ? ଯାହା ବିଜେଡି ସୁପ୍ରିମୋଙ୍କ ଦେହରେ ଯାଇନି । ଏଣୁ ଦିଲୀପଙ୍କ ଅଙ୍କ ଛିଣ୍ଡିପାରୁନାହିଁ । ତେବେ ଦିଲୀପଙ୍କ ଲାଙ୍ଗଡ ଧରି ବିଜେପିକୁ ବାଏ ବାଏ କରିଥିବା ଦିଲୀପଙ୍କୁ ନେଇ ବିଜେଡିକୁ ଯିବା ଡିଲ କରିଦେଲେ ଦିଲୀପ । ଯାହାକୁ ନେଇ ଅଙ୍କ ଛିଣ୍ଡୁନି । କାରଣ ବିଜୟଙ୍କୁ ବିଜେଡିରେ ଯୋଗ ଦେବା ପାଇଁ ଗ୍ରୀନସିଗନାଲ ମିଳିନାହିଁ । ଅନେକ ନେତା ତାଙ୍କୁ ଦଳରେ ସାମିଲ କରିବା ପାଇଁ ଅମଙ୍ଗ ହେଉଥିବା ଶୁଣିବାକୁ ମିଳିଛି ।
ନବୀନ ନିବାସରେ ବିଜେଡି ସୁପ୍ରିମୋ ଏବଂ ପାଣ୍ଡିଆନଙ୍କ ସହିତ ଆଲୋଚନା କରିବା ପରେ ମଧ୍ୟ ଦଳରେ ଯୋଗ ନଦେବା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଦିଲୀପଙ୍କ ଭଳି ତୁଙ୍ଗ ନେତା ବିଜେଡିରେ ଯୋଗ ଦେଲେ ଦଳ ଶକ୍ତି ରାଉରକେଲାରେ ବଢ଼ିଯିବ ବୋଲି ଅନୁମାନ କରାଯାଇଛି । ଏଣୁ ଦିଲୀପଙ୍କ ଘର ବାହୁଡାକୁ ନେଇ ଅପେକ୍ଷାରେ ରହିଛି ବିଜେଡି ।