ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୋପାଳ ଲୋକସଭା ସିଟ୍ ରୁ ନିର୍ବାଚନ ଲଢିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଏନେଇ ଭୋପାଳରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ସୂଚନା ଦେଇଛନ୍ତି । ସେପଟେ ଦିଗବିଜୟ ଲୋକସଭା ନିର୍ବାଚନ ଲଢିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ନିକଟରେ ଦିଗବିଜୟଙ୍କୁ କିଛିଟା ସିଟ୍ ରୁ ନିର୍ବାଚନ ଲଢିବା ପାଇଁ ମୁଖ୍ୟମନ୍ତ୍ରୀ କମଳନାଥ ଅପିଲ କରିଥିଲେ । ଏହାକୁ ନେଇ ଦିଗବିଜୟ କହିଥିଲେ କି, ରାହୁଲ ଗାନ୍ଧୀ ଯେଉଁଠୁ କହିବେ ସେହିଠାରୁ ସେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ । ମଧ୍ୟପ୍ରଦେଶର ସମସ୍ତ ସିଟ୍ ରୁ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପକ୍ଷରୁ ପାର୍ଥୀ ଚୟନ କରାଯାଇଛି । ଏହାସହିତ ଖୁବ୍ ପାର୍ଥୀଙ୍କ ନାଁ ଘୋଷଣା କରାଯିବ ।
ଭୋପାଳ ଲୋକସଭା କ୍ଷେତ୍ରକୁ ଭିଜେପି ଗଡ ବୋଲି କୁହାଯାଇଥାଏ । ୧୯୮୪ ପରଠାରୁ ଏଠାରେ କଂଗ୍ରେସ ବିଜୟ ହାସଲ କରିପାରି ନାହିଁ । କଂଗ୍ରେସର ଦିଗଜ୍ ନେତା ସୁରେଶ ପଚ୍ୟାରୀ, କେଏନ୍ ପ୍ରଧାନ ଏବଂ ନବାବ ମଂସୁର ଅଲ୍ଲୀ ଖାନ୍ ଙ୍କୁ ହାରିବାର ସାମ୍ନା କରିବାକୁ ପଡିଛି । ଏବେ ଭୋପାଳରେ ବିଜେପି ନେତା ଆଲୋକ ସଞ୍ଜର ସାଂସଦ ଅଛନ୍ତି ।
ରାଜଗଢ ଲୋକସଭା କ୍ଷେତ୍ରରେ ଦୁଇ ଦୁଇ ସାଂସଦ ରହିଛନ୍ତି ଦିଗବିଜୟ ସିଂହ । ସେ ପ୍ରଥମେ ୧୯୮୪ ରେ ସାଂସଦ ହୋଇଥିଲେ, କିନ୍ତୁ ୧୯୮୯ ରେ ବିଜେପିର ମୁଖ୍ୟ ତଥା ସଂଘ ପ୍ରଚାରକ ପ୍ୟାରେଲାଲଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହାପରେ ସେ ପୁର୍ନବାର ୧୯୯୧ରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ ।