ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୀରା ବ୍ୟବସାୟୀ ତଥା ପିଏନବି ଘୋଟାଲାର ଅଭିଯୁକ୍ତ ନୀରବ ମୋଦିଙ୍କ ୬୮ ପେଣ୍ଟିଂ ଆଜି ନିଲାମ କରାଯିବ । ମାତ୍ର ଏହି ନିଲାମକୁ ରୋକିବା ପାଇଁ ନୀରବଙ୍କ ଓକିଲ ଚେଷ୍ଟା କରିଥିଲେ । ଏହାପରେ ମଙ୍ଗଳବାର ପେଣ୍ଟିଂ ନିଲାମ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଥିଲା ।
ମିଡିଆ ରିପୋର୍ଟ ମୁତାବକ, ବମ୍ବେ ହାଇକୋର୍ଟରେ ନୀରବଙ୍କ ଓକିଲ ରିଟ୍ ପିଟିସନ୍ ଦାଖଲ କରି ଏହି ନିଲାମିକୁ ରୋକିବା ପାଇଁ କହିଥିଲେ କିନ୍ତୁ ଏହି ମାମଲାରେ ରୋକ ଲଗା ଯାଇ ନାହିଁ ।
ଆୟକର ବିଭାଗର ପ୍ରବକ୍ତା ସୁରଭି ଆଲୁୱାଲିଆ କହିଛନ୍ତି କି, ‘ଏହି ମାମଲାରେ ଆମେ ବି ସିନିଅର ଷ୍ଟାଣ୍ଡିଙ୍ଗ କାଉଂସିଲ ର ପରାମର୍ଶ ନେଇଥିଲୁ ଯାହାକୁ ଅଧାରା କରି ନୀରବଙ୍କ ପେଣ୍ଟିଂ ନିଲାମି ହେବାରେ କୌଣସି ଆଇନ୍ ଅସୁବିଧା ହୋଇନାହିଁ । ସେଥିପାଇଁ ଏହାକୁ ମଙ୍ଗଳବାର ନିଲାମ କରାଯିବ ।’
ନିଲାମି ପାଇଁ ତିନି ଲାଗିବା ବଦଳରେ ଏହାକୁ ଗୋଟେ ଦିନରେ ଶେଷ କରାଯିବ । ଯେଉଁଥିରେ ୬୮ ଟି ପେଣ୍ଟିଂ ନିଲାମ ହେବ । ପ୍ରଖ୍ୟାତ ଆର୍ଟକୁ ଆୟକର ବିଭାଗ ତୃତୀୟ ପାର୍ଟି ଦାୟିତ୍ୱରେ ଦେଇଛନ୍ତି । ଏହି ୬୮ ଟି ପେଣ୍ଟିଂର ମୂଲ୍ୟ ହାରାହାରି ୫୭ କୋଟି ରହିଛି । ନୀରବ ମୋଦିଙ୍କୁ ପାଖରେ ଜବତ ହୋଇଥିବା ୧୭୩ ଜିନିଷ ମଧ୍ୟରେ ଏହି ପେଣ୍ଟିଂ ମଧ୍ୟ ରହିଥିଲା ।
ରିପୋର୍ଟ ମୁତାବକ, ଏହି ପେଣ୍ଟିଂକୁ ଯୋଗନ ଚୌଧୁରୀ , ରାଜା ରବି ବର୍ମା, ବିଏସ ଗାୟତୋଡ, ଏଫଏନ୍ ସୁଜା ଏବଂ ଭୁପେନ ଖଟ୍ଟର ଭଳି ପ୍ରଖ୍ୟାତ କଳାକାରମାନେ ବନାଇଥିଲେ ।