ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି । ରାହୁଲ କହିଛନ୍ତି କି ଯଦି କଂଗ୍ରେସ ସତ୍ତାକୁ ଆସିଯାଏ, ତେବେ ନୀତି ଆୟୋଗକୁ ବନ୍ଦ କରି ଦିଆଯିବ । ଏହା ପ୍ରଧାନମନ୍ତ୍ରୀଙ୍କ ମାର୍କେଟିଂ ଏବଂ ଭୁଲ୍ ଡାଟା ଦେବା ଛଡା ଆଉ କିଛି କରିନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଏହାକୁ ଯୋଜନା ଆୟୋଗରେ ବଦଳାଇ ଦେବେ, ଯେଉଁଥିରେ ଜଣା ଶୁଣା ଅର୍ଥଶାସ୍ତ୍ରୀ , ବିଶେଷଜ୍ଞ ଏବଂ ଏହାର କର୍ମଚାରୀ ସଂଖ୍ୟ ଶହେରୁ କମ ରହିବ ।
ସେପଟେ ନିର୍ବାଚନୀ ଆଚାର ସଂହିତା ମାମଲାରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଫସିଥିବା ବେଳେ ରାହୁଲ ତାଙ୍କର ଏହି ବୟାନ ଦେଇଛନ୍ତି ।
ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟସ୍ ର ଜବାବ ଦେବା ପାଇଁ ରାଜୀବ କୁମାରଙ୍କୁ ଅପ୍ରିଲ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସେ ଆୟୋଗକୁ ଅପ୍ରିଲ ୫ ପର୍ଯ୍ୟନ୍ତ ସମୟ ମାଗିଥିଲେ । କଂଗ୍ରେସର ନ୍ୟୁନତମ ଆୟ ପ୍ରତିଶୃତି ବିରୋଧରେ ଟିପ୍ପଣୀକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ରାଜୀବଙ୍କୁ ନୋଟିସ ଜାରି କରାଯାଇଥିଲା ।
ଏନେଇ କୁମାର କହିଥିଲେ କି , ସେ ଦେଶ ବାହାରେ ଅଛନ୍ତି ଏବଂ ନିର୍ବାଚନ ଆୟୋଗର ସମକ୍ଷ ତାଙ୍କ ଚିଠିକୁ ରଖାଯାଇଥିଲା । ମାମଲାରେ ଅପ୍ରିଲ ୨ ପର୍ଯ୍ୟନ୍ତ ଜବାବ ଦେବା ପାଇଁ ଆୟୋଗ ପକ୍ଷରୁ କୁହାଯାଇଥିଲା ।