ପୁରୀ (ଏଟିଆର ବ୍ୟୁରୋ); ନିର୍ବାଚନ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଚଳଚଞ୍ଚଳ । ନିର୍ବାଚନ ବିଗୁଲ ବାଜିବା ଦିନଠାରୁ ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା । ତେବେ ସମାଜସେବୀ ଭୋଟରଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବାର୍ତ୍ତା ଦେବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । କାରଣ ଆମ ଭୋଟ ଆମ ଅଧିକାର । ଚାଷୀ ହୁଡିଲେ ଏକ ବରଷ କିନ୍ତୁ ଭୋଟର ହୁଡିଲେ ପାଞ୍ଚ ବରଷ । ଏଣୁ ଉଚିତ ଲୋକଙ୍କୁ ଭୋଟ ଦୋବ ପାଇଁ ବହୁ ସ୍ୱେଛାସେବୀ ସଂଘ ମଧ୍ୟ ସାଧାରଣ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳୁଛି । ତେବେ ଚଳିତ ନିର୍ବାଚନ ପାଇଁ ସଚେତନ ବାର୍ତ୍ତା ଦେବା ପାଇଁ ବାହାରିଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ନିଜର ବାଲୁକା କଳା ମାଧ୍ୟରେ ସାଧାରଣ ଲୋକଙ୍କ ଭୋଟ ଦେବା ପାଇଁ ଆହ୍ୱାନ କରିବା ସହିତ ସଚେତନର ବାର୍ତ୍ତା ମଧ୍ୟ ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।
ପୁରୀ ବେଳାଭୂମିରେ ସେ ବାଲୁକା କଳା ମାଧ୍ୟମରେ ‘ଣଙଟଜ ଠଙଞଋ ଣଙଟଜ ଠଙଓଉଋ’ ସହିତ ‘ଠଙଞଋ ୠଙଜ ଈଋଞଞଋଜ ଓଘଊଓଇ’ ଭଳି ବାର୍ତ୍ତା ଦେଇଛନ୍ତି। ବେଳାଭୂମିରେ ୫ ଟନ୍ ବାଲିରେ ନିର୍ମିତ ହୋଇଥିବା ଏହି ବାଲୁକା କଳାର ଉଚ୍ଚତା ୫ ଫୁଟ୍ ଓ ଚଉଡ଼ା ୨୦ ଫୁଟ୍ ରହିଥିବାବେଳ ଏହାକୁ ନିର୍ମାଣ କରିବା ପାଇଁ ୩ରୁ ୪ଘଣ୍ଟା ସମୟ ଲାଗିଛି ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ତେବେ ଏହି ବାଲୁକା କଳାରେ ଦେଶର ସଚେତନ ନାଗରିକଙ୍କୁ ଭୋଟ ଦେବା ପାଇଁ ସଚେତନତା ବାର୍ତ୍ତା ଦେଉଥିବା ସୁଦର୍ଶନଙ୍କ ଏହି ବାଲୁକା କଳାକୁ ନେଇ ଜାତୀୟସ୍ତରରେ ଗୁଣଗାନ ହେଉଛି । ତେବେ ଏହି ବାଲୁକା କଳା ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଚଳିତ ବର୍ଷ ଦେଶରେ ଭୋଟରଙ୍କ ସଂଖ୍ୟା ବଢ଼ିଛି ତେଣୁ ଗଣତନ୍ତ୍ରର ମହାପର୍ବ ୨୦୧୯ ନିର୍ବାଚନରେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ଏହି ବାଲୁକା କଳାରେ ସଚେତନ କରାଯାଇଛି ।