ଭୋପାଲ ( ଏଟିଆର ବ୍ୟୁରୋ): ରାହୁଲଙ୍କ ବେଲଗାମ କଥା ରାହୁଲଙ୍କ ପାଇଁ ସାଜିଛି ଅଡୁଆ । ପିଜେପିକୁ ଟାର୍ଗେଟ କରି ରାହୁଲ ଦେଉଥିବା ବିଭିନ୍ନ ବିବାଦୀୟ ମନ୍ତବ୍ୟକୁ ନେଇ ରାହୁଳ ଗାନ୍ଧୀଙ୍କ ବିରୋଧୀ ରାହୁଳଙ୍କୁ ଘେରିଛନ୍ତି । ଏମତିକି ତାଙ୍କ ନାମରେ ମାନହାନି ମାମଲା କରିବାକୁ ଦେଇଛନ୍ତି ଧମକ । ରାଫେଲ ପ୍ରସଙ୍ଗରେ ରାହୁଲଙ୍କ ଚୌକିଦାର ଚୋର ହେ ବୟାନକୁ ନେଇ ରାହୁଳ ଗାନ୍ଧୀଙ୍କୁ ସୁପ୍ରିମ କୋର୍ଟ ନୋଟିସ କରିଥିଲେ । ଯାହାକୁ ନେଇ ରାହୁଳଙ୍କ ବିରୋଧରେ ମାନହାନୀ କରିଥିଲେ ବିଜେପିର ମିନାକ୍ଷୀ ଲେଖୀ ।
ସେହିପରି ରାହୁଳଙ୍କ ଏହି ବିବାଦୀୟ ବୟାନ ପାଇଁ ଆଜି ରାହୁଳଙ୍କ ନାମରେ ମଧ୍ୟପ୍ରଦେଶ ଭୋପାଲ କୋର୍ଟରେ ମାନହାନୀ ମକଦ୍ଦୋମା କରାଯାଇଛି । ସେହିଭଳି ରାହୁଲ ସବୁ ମୋଦି ଚୋର ବୋଲି କହିବାରୁ ବିହାରର ବିଜେପି ନେତା ଶୁଶିଲ ମୋଦି ରାହୁଳଙ୍କ ବିରୋଧରେ ମାନହାନି ମକଦ୍ଦୋମା କରିବାକୁ କହିଛନ୍ତି । ଶୁଶିଲ ମୋଦି କହିଛନ୍ତି ରାହୁଳ ଗାନ୍ଧୀଙ୍କ ଏହି ବୟାନ ଯୋଗୁ ତାଙ୍କ ସମ୍ମାନରେ ଆଞ୍ଚ ଆସିଛି । ରାହୁଳଙ୍କ ଏହି ବୟାନକୁ ନେଇ ତାଙ୍କୁ ଲୋକମାନେ ପଚାରୁଛନ୍ତି କଣ ସତରେ ସବୁ ମୋଦି ନାମ ଧାରୀ ଚୋର ଅଟନ୍ତି ।
ସୂଚନାଯୋଗ୍ୟ ଏପ୍ରିଲ ୧୩ରେ ଏକ ନିର୍ବାଚନୀ ସଭାରେ ରାହୁଳ କହିଥିଲେ କାହିଁକି ସବୁ ଚୋରଙ୍କ ନାଁ ମୋଦି? ସେ ନିରଦ ମୋଦି ହୁଅନ୍ତୁ କି , ଲଳିତ ମୋଦି ହୁଅନ୍ତୁ ବା ନରେନ୍ଦ୍ର ମୋଦି, ଆମେ ଜାଣିନାହୁଁ ଆଗକୁ ଏମିତି କେତେ ମୋଦି ସାମ୍ନାକୁ ଆସିବେ ? ଯାହାକୁ ନେଇ ବିବାଦ ତେଜିଥିଲା । ଏହି ବିବାଦକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିବା ବରିଷ୍ଠ ଆଇନଜୀବି ପ୍ରମୋଦ ସକ୍ସେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ରାହୁଳ ଯେଉଁ ନିଦ୍ଧିଷ୍ଟ ଲୋକଙ୍କୁ ଟାର୍ଗେଟ କରନ୍ତୁ । ଏମିତି ଗୋଟେ ସଂପ୍ରଦାୟକୁ କହିବା ଗ୍ରହଣୀୟ ନୁହେଁ ।