ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆହାର ମୁହଁରେ ପାହାର । ସହରାଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଆହାରକୁ ବନ୍ଦ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ଷଡଯନ୍ତ୍ର । ଧର୍ମେନ୍ଦ୍ରଙ୍କ ଯୋଗୁ ଆହାର ଯୋଜନା ବନ୍ଦ ହେବାକ ୁ ବସିଥିଲା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏହି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ କରିଛି ରାଷ୍ଟ୍ରୀୟ ସସ୍ଥା ଗୁଡିକ ପ୍ରଥମେ ଆହାର ପାଇଁ ରାଜି ହୋଇଥିଲେ ମାତ୍ର ପରେ ଧର୍ମେନ୍ଦ୍ରଙ୍କ ଚାପରେ ଓହରି ଯାଇଥିଲେ ।
ଧର୍ମେନ୍ଦ୍ରଙ୍କ ଚାପରେ ନାଲକୋ , ମହାନଦୀ କୋଲ ଫିଲ୍ଟ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆହାର ପାଇଁ ସିଏସଆର ଫଣ୍ଡ ଦେଲେ ନାହିଁ । ବରଂ ଏହି ଟଙ୍କାକୁ ସେ ବାହାର ରାଜ୍ୟକୁ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପିକୁ ସମାଲୋଚନା କରି ଆହୁରି ମଧ୍ୟ କହିଛନ୍ତି ଆହାରକୁ ବନ୍ଦ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ହୀନ ଚକ୍ରାନ୍ତ କରିଛନ୍ତି । ପରାଜୟ ଭୟ ଯୋଗୁ କେନ୍ଦ୍ର ମନ୍ତ୍ରୀ ଏମିତ କରୁଛନ୍ତି ବୋଲି ବିଜେଡି ମୁୁଖପାତ୍ର କହିଛନ୍ତି ।