ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଚଳିିତ ଆଇପିଏଲରେ ସର୍ବାଧିକ ସ୍କୋର କରି ଅରେଞ୍ଜ କ୍ୟାପ ଧାରଣ କରିଥିବା ଡେଭିଡ ୱାର୍ଣ୍ଣରଙ୍କୁ ପ୍ରଂଶସା କରିଛନ୍ତି ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳି ଭିଭିଏସ ଲକ୍ଷ୍ମଣ । ଚଳିତ ବର୍ଷ ଦଳ ୧୨ଟି ମ୍ୟାଚରୁ ୧୨ ପଏଣ୍ଟ ପାଇ ଭଲ ପରିସ୍ଥିତିରେ ରହିଛି । ତେବେ ଏହି ସବୁ ମ୍ୟାଚ ବିଜୟ ପଛରେ ମୁଖ୍ୟତଃ ୱାର୍ଣ୍ଣରଙ୍କ ହାତ ରହିଛି । ଦୀର୍ଘ ୧ ବର୍ଷ ଆନ୍ତର୍ଜାତିକ କ୍ରିକେଟରୁୂ ଦୂରେଇ ରହିଥିଲେ ସୁଦ୍ଧା ପୁନର୍ବାର ଫେରି ଦମଦାର ଫର୍ମରେ ରହିଛନ୍ତି । ଯାହାର ଫୁଲ ଫାଇଦା ହାଇଦ୍ରାବାଦ ଉଠାଇଛି ବୋଲି କହିଛନ୍ତି ଲକ୍ଷ୍ମଣ ।
ପ୍ରଥମରୁ ଆମେ ଆଶା ରଖିଥିଲୁ କି ଚଳିତ ବର୍ଷ ୱାର୍ଣ୍ଣର ୧୨ଟି ମ୍ୟାଚ ଖେଳିବେ । ଏବଂ ସେ ଏହି ମ୍ୟାଚ ମଧ୍ୟରେ ୫୦୦ ରନ କରିବେ । ଆମକୁ ପ୍ଳେଅଫର ଆଶା ଦେଖାଇବେ । ତେବେ ପ୍ରଥମରୁ ଦେଇଥିବା ଏହି ପ୍ରତିଶୃତି ରଖିଛନ୍ତି ୱାର୍ଣ୍ଣର । ସେ ବିଶ୍ୱକପ ପାଇଁ ସ୍ୱଦେଶ ଫେରିଯିବେ । ବାକିଥିବା ଦୁଇଟି ମ୍ୟାଚ ସେ ଖେଳିନପାରନ୍ତି । ଚଳିତ ବର୍ଷ ସେ ୬୯୨ ରନ କରି ସର୍ବାଧିକ ସ୍କୋରର ଭାବରେ ଅୋରଞ୍ଜ କ୍ୟାପ ଧାରଣ କରିଛନ୍ତି । ହାଇଦ୍ରାବାଦ ୱାର୍ଣ୍ଣରଙ୍କ ପାଇଁ ଦ୍ୱିତୀୟ ଘର ସଦୃଶ । ଦୀର୍ଘ ୫ଟି ସିଜିନରେ ସେ ୫୦୦ରୁ ଅଧିକ ସ୍କୋର କରିଆସିଛନ୍ତି । ଏଠାକାର କ୍ରିକେଟ ପ୍ରେମୀ ତାଙ୍କୁ ବହୁତ ଭଲ ପାଆନ୍ତିି । ଏବଂ ମୁଁ ନିଜେ ମଧ୍ୟ ତାଙ୍କର ଜଣେ ବଡ ପ୍ରଂଶସକ ବୋଲି କହିଛନ୍ତି ଲକ୍ଷ୍ମଣ ।