ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନିିକୁ ୬ ଦିନ ହେଲା । ଏଥି ମଧ୍ୟରେ ୬ ଦିନ ବିତି ସାରିଥିଲେ ସୁୁଦ୍ଧା ପର୍ଯ୍ୟନ୍ତ ସ୍ଥତି ସମ୍ପୂର୍ଣ୍ଣ ଠିକ ହୋଇନାହିଁ । ଯାହାର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ । ରାଜଧାନୀରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ମାଲାମାଲ ହେଉଛନ୍ତି ବ୍ୟବସାୟୀ । ବଜାରରେ ୧୦ ଟଙ୍କିିଆ ମହମବତୀ ମୂଲ୍ୟ ଏବେ ତିନିଗୁଣା ବଢିଯାଇଛି । ପୂର୍ବରୁ ୧୦ ଟଙ୍କାରେ ମିଳୁଥିବା ମହମବତୀର ଏବେ ବଜାର ମୂଲ୍ୟ ହୋଇଯାଇଛି ୩୦ ଟଙ୍କା ।
ସେହିଭଳି ଚାଇନା ସୋଲାର ଲାଇଟର ଚାହିଦା ବଢିଥିବାରୁ ତାର ଦର ମଧ୍ୟ ଆକାଶ ଛୁଆଁ । ଆଗରୁ ୧୫୦ ଟଙ୍କାରେ ମିଳୁଥିବା ଲାଇଟର ଦାମ ଏବେ ୫୦୦ ଟଙ୍କା ଟପି ଯାଇଛି । ସେହିଭଳି ଏହି ବବିିଷୟରେ ବିକ୍ରେତାଙ୍କୁ ପ୍ରଶ୍ନ କଲେ ଉତ୍ତର ମିିଳୁଛି ଭାଇ ନବାର ଅଛି ଯଦି ନିଅ ନ ହେଲେ ହଟ । ତମ ଭଳି ଗ୍ରାହକ ଆମର ଦରକାର ନାହିଁ । ସେହିଭଳି ବିଞ୍ଚଣା ବେପାରୀଙ୍କୁ ମଧ୍ୟ ଛୁଇଁ ହେଉନି । ଆଗରୁ ୧୫ ଟଙ୍କାରେ କେହି ପଚାରୁ ନଥିବା ବିଞ୍ଚଣା ଏବେ ୫୦ ଟଙ୍କାରେ ବି କହୁଛି ମତେ ଛୁଅଁନା । ସେହିଭଳି ଜେନେରେଟର ବାଲାବି ଭଲ ଦି ପଇସା ପକେଟରେ ପୁରାଉଛନ୍ତି ।
ପ୍ରଥମେ ପ୍ରଥମେ ଘଣ୍ଟା ପ୍ରତି ୧୫୦୦ ନେଉଥିବା ବେଳେ ବର୍ତ୍ତମାନ ଏହା ୨୦୦୦ ଟଙ୍କା ଟପିଯାଇଛି । ଲୋକ ମାନେ ଟିକିଏ ପାଣି ପାଇଁ ଜେନେରେଟର ଉପରେ ନିର୍ଭର କରୁଥିବା ବେଳେ ଜେନେରେଟର ମାଲିକ ଲୁଟୁଛନ୍ତି ଗ୍ରାହକଙ୍କୁ । ସେହିଭଳି ରାଜଧାନୀରେ ପାଣି ବୋତଲର ଦର ମଧ୍ୟ ବଢିଯାଇଛି । ତେବେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକ ମାନେ ହନ୍ତସନ୍ତ ହେଉଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ ୁଏହି ନିତି ସାଧାରଣ ଲୋକଙ୍କୁ ନାହିଁ ନଥିବା ହଇରାଣ କରୁଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ରଖିବାକୁ ସାଧାରଣରେ ଦାବି ହେଉଛି ।