ମାଲକାନଗିରି ( ଏଟିଆର ବ୍ୟୁରୋ): ସରକାର ମାକୁ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଛନ୍ତି । ଲୋକଙ୍କୁ ଜରୁରୀ କାଳୀନ ସେବା ଯୋଗାଇ ଦେବା ପାଇଁ ୧୦୮ ଠାରୁ ଆରମ୍ଭ କରି ୧୦୨ ପରି ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି ହେଲେ ଏତେ ସବୁ ଯୋଜନା ପରେ ବି ମାଲକାନଗିରିରେ ଜଣେ ମହିଳା ଆମ୍ବୁଲାନ୍ସ ନମିଳିବାରୁ ଅଧା ରାସ୍ତାରେ ଅଟୋରେ ପ୍ରସବ କରିଛନ୍ତି । ଯାହା ବତ୍ତମାନ ମାଲକାନଗିରିରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିଛି ମାଲକାନଗିରି ସିନ୍ଦ୍ରିମାଳ ପଞ୍ଚାୟତ ଦୋରଗୁଡା ଗ୍ରାମରେ ।
ଚନ୍ଦ୍ରମା ମାଢି ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା ଫଳରେ ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମାତ୍ର ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ପରିବାର ଲୋକଙ୍କ ସମେତ ଆଶା ଦିଦି ଏକ ଅଟୋରେ ତାଙ୍କୁ ନେଇ ମେଡିକାଲ ଆସୁଥିବା ବେଳେ ଅଧାରାସ୍ତାରେ ମହିଳା ଜଣଙ୍କର ପ୍ରସବ ହୋଇଥିଲା । ପରେ ତାଙ୍କୁ ପୁଣି ଡାକ୍ତରଖାନା ନେଇଥିଲେ ।
ତେବେ ବର୍ତ୍ତମାନ ମହିଳା ଓ ତାଙ୍କ ଶିଶୁ ସୁସ୍ଥ ଅଛନ୍ତି । ସେହି ଆଖ ପାଖରେ ଆମ୍ବୁଲାନ୍ସ ନଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ ବୋଲି ଜଣାପଡିଛି । ଆମ୍ବୁଲାନ୍ସ ଦୂରରେ ଥିବାରୁ ଆସିପାରିଲା ନାର୍ହି ନାଁ କାରଣ ଆଉକିଛି ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ମାଲକାନଗିରିରେ ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ଖବର ଆସିଛି । ଏ ଦିଗରେ ସରକାର ଅଧିକ ଯତ୍ନଶୀଳ ହୋଇ ଜିଲ୍ଲାରେ ଅଧିକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।