ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଦେଶରେ ଶେଷ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ରିନାଥ ଦର୍ଶନରେ ଯାଇଛନ୍ତି । ଗତକାଲି ମୋଦି କେଦାରନାଥ ଦର୍ଶନ କରି ସେଠାରେ ଧ୍ୟାନ କରିଥିଲେ । ଆଜି ସେଠାରୁ ସେ ବଦ୍ରିନାଥ ଯାଇଛନ୍ତି । ଏନେଇ ନେଇ ମୋଦି ନିର୍ବାଚନ ଅଧିକାରୀଙ୍କୁ ଅନୁମତି ମାଗିଥିଲେ । ନିର୍ବାଚନ ଅଧିକାରୀ ଏନେଇ ଅନୁମତି ଦେଇଛନ୍ତି ।
ସବୁଠାରୁ ବଡ କଥା ହେଉଛି ଆଜି ଖୋଦ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରଣାସୀ ପାଇଁ ଭୋଟ ପଡୁଥିବା ବେଳେ ସେ କେଦାରନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ମାଗିଛନ୍ତି । ଆଜି ୧୦ ଟା ବେଳେ ମୋଦି ବଦ୍ରିନାଥଙ୍କ ଦର୍ଶନ ପାଇଁ ସେଠାରେ ପହଞ୍ଚିଛନ୍ତି । ସେଠାରେ ସେ ଲୋକମାନଙ୍କୁ ଅଭିଭାବନ ଜଣାଇଛନ୍ତି । ମୋଦିଙ୍କ ଗସ୍ତ ନେଇ ବଦ୍ରିନାଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତେବେ କେଦାରନାଥ ଯାତ୍ରା ନେଇ ଏବେ ପ୍ରଧାନମନ୍ତ୍ରୀ ବିବାଦରେ ଫସିଛନ୍ତି । ନିର୍ବାଚନ ସମୟରେ ମୋଦିଙ୍କ କେଦାରନାଥ ଗ୍ରସ୍ତ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ବୋଲି ଟିଏମସି ଅଭିଯୋଗ କରିଛି । ଟିଏମସି ଅଭିଯୋଗ କରିଛି ନିର୍ବାଚନ ଆଚରଣ ବିଧି ଲାଗୁହୋଇଥିବା ବେଳେ ମୋଦି କେଦାରନାଥ ଗସ୍ତ ନେଇ ଜାତୀୟ ଆଞ୍ଚଳିକ ଗଣମାଧ୍ୟମ ଖବର ପ୍ରସାରଣ କରୁଛନ୍ତି । ଯାହା ନିର୍ବାଚନ ଆରରଣ ବିଧିର ଉଲ୍ଲଘନ ବୋଲି ଦର୍ଶାଇଛି ଟିଏମସି । ଏହା ଅନୈତିକ କାର୍ଯ୍ୟ ବୋଲି ଟିଏମସି କହିଛି । ଏହି ଅଭିଯୋଗ ନେଇ ଟିଏମସି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ।