ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) ; ଏବେ ଚାଲିଛି ଶୋସାଲ ମିଡିଆ ସମୟ । ଖବର ପ୍ରସାରଣ ଠାରୁ ଆରମ୍ଭ କରି ଆନ୍ଦୋଳନ ଏ ସବୁ କିଛି ଏବେ ଶୋସାଲ ମିଡିଆ ମାଧ୍ୟମରେ ନିମିଶକ ମଧ୍ୟରେ ହୋଇ ପାରୁଛି । ତେବେ ଶୋସାଲ ମିଡିଆକୁ ଏବେ କିଛି ଅସାଧୁ ଲୋକ ନିଜ ସ୍ୱାର୍ଥ ପାଇଁ ଅପବ୍ୟବହାର କରୁଛନ୍ତି । ଯେମିତି କି ମିଛ ଖବର ଭାଇରାଲ କରିବା । ଫେକ ଆଇଡିରୁ ଅଶ୍ଳୀଳ ଭିଡିଓ ଓ ଫଟୋ ସେୟାର କରିବାଳ ଆଦି । ତେବେ ଏହା ଉପରେ ରୋକ ଲଗାଇବା ପାଇଁ ଏବେ ସରକାର ଅଣ୍ଟା ଭିଡୁଛନ୍ତି । ଖୁବ ଶୀଘ୍ର ଏନେଇ ଗୃହରେ ବିଧେୟକ ଆଣି ପାରନ୍ତି ସରକାର ।
ଯଦି ଗୃହରେ ଏହି ବିଲକୁ ମଞ୍ଜୁରୀ ମିଳେ ତେବେ ଫେସବୁକ,ୱାଟସଆପ, ଇନଷ୍ଟାଗାମ, ଟିକଟଟକ ଅଆଇଡିକୁ ଭେରିପିକେଶନ କରାଯିବ । ଏଥିପାଇଁ କମ୍ପାନୀ ମାନଙ୍କୁ ମେକାନିଜିମ ଆଣିବାକୁ ପଡିବ । ଏହି ଭେରିଫିକେଶନକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ କରାଯିବ । ଏଥିପାଇଁ ୟୁଜର୍ସ ମାନେ ଏକ ସ୍ୱତନ୍ତ୍ର ଫର୍ମ ଭରିବେ । ଯେଉଁଥିରେ ଆଧାରକାର୍ଡ, ପ୍ୟାନକାର୍ଡ,ଭୋଟର ଆଇଡି, ପାସପୋର୍ଟ ନମ୍ବର ଦେବାକୁ ପଡିବ । ନହେଲେ ଏହି ଆକାଉଣ୍ଟ ବନ୍ଦ ହୋଇଯିବ ।