ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ କେନ୍ଦ୍ରାପଡା ଲୋକସଭା ଅଧିନରେ ଆସୁଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜୟ ହୋଇଛନ୍ତି ପ୍ରତାପ ଜେନା । ଏହି ବିଜୟ ତାଙ୍କର ହ୍ୟାଟ୍ରିକ ବିଜୟ । ଚଳିତ ନିର୍ବାଚନରେ ତାଙ୍କ ବିଜୟରେ ରୋକ ଲଗାଇବା ପାଇଁ ବିରୋଧୀମାନେ ବହୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ଗେମପ୍ଳନ କାମ କରିନଥିବା ଦେଖିବାକୁ ମିଳିଛି । ପ୍ରତାପଙ୍କ ଲୋକ ପ୍ରିୟତା ଏବଂ ନବୀନଙ୍କ ମ୍ୟାଜିକ ଆଗରେ ସବୁ କିଛି ଫିକା ପଡିଥିଲା ।
ଚଳିତ ନିର୍ବାଚନରେ ପ୍ରତାପଙ୍କ ବିରୋଧରେ କଂଗ୍ରେସ ଦେବେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ ସାରଦା ପ୍ରସାଦ ପ୍ରଧାନ । ପ୍ରତାପ ଏବଂ ସାରଦାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ଏଥିରେ କଂଗ୍ରେସ ପଛରେ ପଡିଯାଇଥିଲେ । ପ୍ରତାପ ୧୦୬,୦୫୪ ଖଣ୍ଡ ଭୋଟ ପାଇଥିବା ବେଳେ ସାରଦାଙ୍କୁ ମିଳିଥିଲା ୭୬,୪୬୯ ଖଣ୍ଡ ଭୋଟ । ବଡ ବ୍ୟବଧାନରେ ପ୍ରତାପ ବିଜୟ ହୋଇଛନ୍ତି ।
୨୦୦୯ରେ ପ୍ରଥମଥର ଲାଗି ନିର୍ବାଚନରେ ବିଜୟ ହୋଇଥିଲେ ପ୍ରତାପ । ଏହାପରେ ୨୦୧୪ରେ ବିଜୟ ହୋଇଥିଲେ ପ୍ରତାପ । ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରତାପ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ରହିଥିଲେ । ରାଜ୍ୟର ସ୍ୱାସ୍ଥ୍ୟର ବିକାଶ କରିଥିଲେ । ବହୁ ଚର୍ଚ୍ଚିତ ଜଗା କାଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପାଇଁ ପ୍ରତାପ ଆଗଭର ହୋଇଥିଲେ । ବିଜେଡିର ବିଧାୟକଙ୍କ ମଧ୍ୟରେ ପ୍ରତାପ ପାୱାର କରିଡରରେ ମଧ୍ୟ ନାମ ଆଗରେ ରହିଛି ।