କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ମାତ୍ର ୧୦୦ ଟଙ୍କା ପାଇଁ ସ୍ୱାମୀ ନେଲା ସ୍ତ୍ରୀ ଜୀବନ । ମଦ ପିଇବାକୁ ପଇସା ମାଗିଲା , ସ୍ତ୍ରୀ ଟଙ୍କା ନଦେବାରୁ କାଠ ଫାଳିଆରେ ସ୍ତ୍ରୀକୁ ପିଟି ମାରିଦେଲା । ପଡିଶା ଲୋକକୁ କହିଲା ସୁଦ୍ଧି ହେଇଯିବ । ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ । ମଦୁଆ ସ୍ୱାମୀ ବାବୁଲି ସୂତାର ତାଙ୍କ ସ୍ତ୍ରୀ ବାସନ୍ତୀ ବେହେରାଙ୍କୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲେ । ମାତ୍ର ଘରେ ଟଙ୍କା ନଥିବା କହି ବାସନ୍ତୀ ମନା କରିଥିଲେ ।
ସ୍ତ୍ରୀ ଟଙ୍କା ନ ଦେବାରୁ ସ୍ୱାମୀ ତାଗିଦ କରି କହିଲା “ଭଲରେ ଭଲରେ କହୁଛି… ଟଙ୍କା ଦେଇଦେ । ତା ନହେଲ ତତେ ମାରିଦେବି’’ ସତକୁ ସତ ସେଇଆ ହେଲା ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହେଲା । ଶେଷରେ ଉତକ୍ଷିପ୍ତ ହୋଇ ପଡିଥିଲଶ ବାବୁଲି । ପାଖରେ ପଡିଥିବା ଏକ କାଠ ଫାଳିଆରେ ବାସନ୍ତୀଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ବାସନ୍ତୀ ମରିଯାଇଥିଲେ ।
ବାସନ୍ତୀଙ୍କୁ ମାରି ସାରିବା ପରେ ଘର ତାଲା ପକାଇ ନିଜର ଦୁଇ ଝିଅଙ୍କୁ ନେଇ ପାଖ ପଡୋଶୀଙ୍କ ଘରେ ଛାଡିଥିଲେ । ସେଠାରେ କହିଥିଲେ ଶୁଦ୍ଧି ହେଇଯିବ । ତେବେ ପଡୋଶୀ ଏ ବିଷୟରେ ଦୁଇ ଝିଅଙ୍କୁ ପଚାରି ବାରୁ ଘଟଣା ସମ୍ପର୍କରେ ଜାଣିଥିଲେ । ଏନେଇ ୱାର୍ଡ ମେମ୍ବର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର କବାଟ ଖୋଲି ଶବ ଉଦ୍ଧାର କରାଯାଇଛି । ଘଟଣା ପରେ ବାବୁଲି କେଉଁଆଡେ ଫେରାର ହୋଇଯାଇଛି ।