ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମଙ୍ଗଳବାର ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବଂ ନବୀନ ପଟ୍ଟନାୟକଙ୍କ ସୌଜନ୍ୟ ମୂଳକ ସାକ୍ଷାତକାର ହୋଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଅପରାଜିତାଙ୍କ ସାକ୍ଷାତକାରକୁ କେତେକ ବିଜେପି ନେତା ହଜମ କରିପାରୁନଥିବା ଦେଖିବାକୁ ମିଳୁଛି । ତେବେ ସାଂସଦଙ୍କ ଏହି ସାକ୍ଷାତକାରକୁ ଅଧିକାଂଶ ଲୋକ ପ୍ରଂଶସା କରିଛନ୍ତିି । ପ୍ରଶାସିକା ନେତ୍ରୀ ପରେ ଅପରାଜିତା ଜଣେ ଭଲ ମଣିଷ ବୋଲି ମଧ୍ୟ ପ୍ରଂଶସା କରିଛନ୍ତି ଜନତା ।
ଅପରାଜିତାଙ୍କ ସାକ୍ଷାତକାରକୁ ବିଜେପିର କିଛି ନେତା ସହଜରେ ହଜମ କରିପାରୁନାହାଁନ୍ତି । ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଏହି ସାକ୍ଷାତକାର ପରେ ଅପରାଜିତାଙ୍କ ମହତ୍ୱାକାଂକ୍ଷା ଜଳଜଳ ହୋଇ ଜଣା ପଡିଯାଉଛି । ରାଜ୍ୟରେ ୮ଜଣ ସାଂସଦ ଜିତିଥିବା ବେଳେ ଅପରାଜିତା ଏକାକି କାହିଁକି ସାକ୍ଷାତ କରିବା ପାଇଁ ଯାଇଥିଲେ । ଏଣୁ ଏହା ପଛରେ କିଛି କାରଣ ଥାଇପାରେ ବୋଲି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଅଧିକାଂଶ ଲୋକ ଅପରାଜିତାଙ୍କ ଏହି ସାକ୍ଷାତକାରକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ,ଗତକାଲି ସଂନ୍ଧ୍ୟାରେ ଅପରାଜିତା ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ । ରାଜ୍ୟରେ ବିଜେଡି ବିପୁଳ ସଂଖ୍ୟାରେ ଜିତିଛି । ଏଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଯାଇଥିଲେ । ଟ୍ୱିଟର ମାଧ୍ୟମରେ ନିଜର ଏହି ସାକ୍ଷାତକୁ ସାର୍ବଜନୀନ କରି ଅପରାଜିତା କହିଛନ୍ତି ଯେ, ସେ ଭୁବନେଶ୍ୱରର ସାଂସଦ ଭାବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।