ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ପାଳିତ ହେଉଛି ମୁସଲମାନଙ୍କ ପବିତ୍ର ଉତ୍ସବ ଇଦ୍ । ଏନେଇ ଦେଶରେ ଥିବା ସମସ୍ତ ମସଜିଦ୍ ରେ ନମାଜ୍ ପାଠ କରାଯାଉଛି । ଏହି ଅବସରରେ ଜଣେ ଅନ୍ୟ ଜଣଙ୍କୁ ଶୁଭକାମନା ଜଣାଉଛନ୍ତି । ଇତି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବି ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି । ଇଦ୍ ରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମମତା ଏକ ସନ୍ଦେଶ ଦେଇଛନ୍ତି କି ଆପଣଙ୍କ ପାଇଁ ଇଦ୍ ନୂଆ ସକାଳ ନେଇ ଆସିବ, ଏହାକୁ କେହି ରୋକି ପାରିବେ ନାହିଁ । ଆମେ ଲଢିବୁ ଏବଂ ଜିତିବୁ ।
ମମତା ଟ୍ୱିଟ୍ କରି କହିଛନ୍ତି କି, ଇନ୍-ଉଲ-ଫିତର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ବ୍ୟକ୍ତିଗତ ଆସ୍ଥାର ବିଷୟ ହେଉଛି ଧର୍ମ, କିନ୍ତୁ ପର୍ବ ସାର୍ବଭୌମିକ । ଆସନ୍ତୁ ଏକତାର ଏହି ଭାବନାକୁ ବଳବତ୍ତର କରି ରଖିବା ଏବଂ ଏକାଠି ରହିବା ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଆପଣ ଡରନ୍ତୁ ନାହିଁ , ଦୁଃଖ ପ୍ରକାଶ କରନ୍ତୁ ନାହିଁ, ଆପଣ ଆଗକୁ ବଢନ୍ତୁ । ଚନ୍ଦ୍ରମାରୁ ଆଲୋକ ମିଳିଥାଏ, ମିଳନ ପାଇଁ ଇଦ୍ ଶୁଭକାମନା ନେଇ ଆସେ । ସେପଟେ ଲୋକଙ୍କୁ ସମ୍ବୋନ୍ଧିତ କରି ସେ କହିଛନ୍ତି କି ଆପଣମାନେ ସମାଜରେ ଏକାଠି ରହିବା ପାଇଁ, ଏକତା ପାଇଁ, ଦେଶର ପରମ୍ପରା ପାଇଁ, ନୈତିକତା ପାଇଁ, ରାଜ୍ୟର ପରମ୍ପରା ପାଇଁ , ଉନ୍ନତି ପାଇଁ ସାହାଯ୍ୟ କରି ଆସିଛନ୍ତି । ଆପଣମାନେ ସାଥୀରେ ଅଛନ୍ତି, ପ୍ରତ୍ୟେକ ଲଢେଇରେ ଆମେ ସାଥୀରେ ଅଛୁ, ଆମେ ଲଢିବୁ, ଏଥିରେ ଡରିବାର କୌଣସି କଥା ନାହିଁ, ଯିଏ ଡରନ୍ତି ସେ ମରନ୍ତି । ଯିଏ ଲଢନ୍ତୁ େ ସସଫଳ ହୁଅନ୍ତି ।
ସେହିପରି ପଶ୍ଚିମବଙ୍ଗର ସିଲିଗୁଡି ପାଖରେ ଥିବା ଭାରତ – ବାଂଲାଦେଶ ସୀମାର ଫୁଲୱାଡିରେ ବର୍ଡର ଗାର୍ଡ ବାଂଲାଦେଶର କର୍ମିଙ୍କ ସହିତ ମିଠା ଆଦାନ ପ୍ରଦାନ କରିବା ସହିତ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି ।