ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଇପିଏସସ୍ତରରେ ହୋଇଛି ଅଦଳବଦଳ । ରାଜ୍ୟ ସରକାର ୩ ଜଣ ଅତିରିକ୍ତ ଡିଜି, ୮ ଆଇଜି ଓ ୪ ଡିଆଇଜି ପାହ୍ୟା ଅଫିସରଙ୍କ ସମେତ କମିଶନରେଟ ବ୍ୟତୀତ ୧୦ ଜିଲ୍ଲାର ଏସ୍ପିଙ୍କୁ ମିଶାଇ ୩୨ ଜଣ ଆଇପିଏସ୍ ଓ ୪ଜଣ ବରିଷ୍ଠ ଓପିଏସଙ୍କ ବଦଳି କରାଯାଇଛି ।
ବିପିଏସପିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚ ଆଇପିଏସ ମନୋଜ କୁମାର ଛାବ୍ରାଙ୍କୁ ବଦଳି କରାଯାଇ ରାଜ୍ୟ ସଶସ୍ତ୍ର ବାହିନୀର ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୧୯୯୦ ବ୍ୟାଚ ଆଇପିଏସ ଅଫିସର ତଥା ଗୁଇନ୍ଦା ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ବଦଳି କରାଯାଇ ବିପିଏସପିର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।
ସଶସ୍ତ୍ର ବାହିନୀର ଅତିରିକ୍ତ ଡିଜି ବି. ରାଧିକାଙ୍କୁ ମୁଖ୍ୟାଳୟକୁ ବଦଳି ହୋଇଛି । ସମ୍ବଲପୁର, ଉତରାଚଁଳ ରେଞ୍ଜ୍ ଆଇଜି ସୁଶାନ୍ତ ନାଥଙ୍କୁ ପଦୋନ୍ନତି ଦିଆଯାଇ ରାଜ୍ୟ ଫରେନ୍ସିକ୍ ସାଇନ୍ସ୍ ଲାବ୍ରୋଟୋରୀର ଅତିରିକ୍ତ ଡିଜି ତଥା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
ବାଲେଶ୍ୱର, ପୂର୍ବାଚଁଳ ରେଞ୍ଜ୍ ଆଇଜି ବିନୟତୋଷ ମିଶ୍ରଙ୍କୁ ପଦୋନ୍ନତି ପରେ ଅତିରିକ୍ତ ଡିଜି ଆଧୁନିକୀକରଣ ଭାବେ ବଦଳି କରାଯାଇଥିବା ବେଳେ ଆଇଜି ଅପରେସନ୍ ଭାବେ କାର୍ଯ୍ୟ କରୁଥିବା ଆର ପି କୋଚେଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ ଅତିରକ୍ତି ଡିଜି ଅପରେସନ୍ ଭାବେ ରଖାଯାଇଛି ।
ଅର୍ଥନୈତିକ ଅପରାଧ ଶାଖା ଆଇଜି ତଥା ଏସଟିଏଫ୍ ଇନ୍ଚାର୍ଜ ଆର୍ କେ ଶର୍ମାଙ୍କୁ ଗୁଇନ୍ଦା ଶାଖାର ଆଇଜି ତଥା ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
ଭୁବନେଶ୍ୱର-କଟକ କମିଶନରେଟ୍ ଅତିରିକ୍ତ କମିଶନର୍ ପି ଏସ୍ ରଣପିସେଙ୍କୁ ଆଇଜି ପର୍ସୋନେଲ୍, ପୁଲିସ୍ ଆଧୁନିକୀକରଣ ଆଇଜି ଅରୁଣ କୁମାର ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଆଇଜି ପର୍ସୋନେଲ୍ ସଞ୍ଜୟ କୁମାର ସିଂହଙ୍କୁ କମିଶନରେଟ୍ ଅତିରିକ୍ତ କମିଶନର୍ ଭାବେ ବଦଳି କରାଯାଇଛି ।
ଦକ୍ଷିଣାଚଁଳ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ତାଳଚେର, ଉତର କେନ୍ଦ୍ରାଚଁଳ ଆଇଜି ଭାବେ ବଦଳି କରାଯାଇଛି । ଏହି ସ୍ଥାନରେ ଥିବା ଡିଆଇଜି ଯତୀନ୍ଦ୍ର କୋଏଲ୍ ଆଇଜି ଭିଜିଲାନ୍ସ, ଡିଆଇଜି ଭିଜିଲାନ୍ସ ଥିବା ଏ ଏନ୍ ସିହ୍ନାଙ୍କୁ ବାଲେଶ୍ୱର ପୂର୍ବାଚଁଳ ରେଞ୍ଜ୍ ଡିଆଇଜି ଭାବେ ବଦଳି ହୋଇଛି ।
କ୍ରାଇମବ୍ରାଞ୍ଚ ଡିଆଇଜି ଏନ୍ କେ କାନୋଡିଆଙ୍କୁ ଅର୍ଥନୈତିକ ଅପରାଧ ଶାଖା ଡିଆଇଜି ଭାବେ, ପୁଲିସ୍ କମ୍ପ୍ୟୁଟର୍ ଡିଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଏଚ୍ଆର୍ପିସି ଏସ୍ସି ଏସ୍ଟି ସେଲ୍ ଆଇଜି ଭାବେ ବଦଳି କରାଯାଇଛି ।
ଗଞ୍ଜାମ ଏସ୍ପି ଆଶିଷ କୁମାର ସିଂଙ୍କୁ ପଦୋନ୍ନତି ପରେ ଦକ୍ଷିଣାଚଁଳ ଡିଆଇଜି ବ୍ରହ୍ମପୁରଠାରେ ଅବସ୍ଥାପିତ କରାଯାଇଛି । ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ସମ୍ବଲପୁର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଅପ୍ରତ୍ୟାଶିତ ଭାବେ ଗତ ମାସରେ ଜଗତସିଂହପୁରରୁ ବରଗଡ଼ ଏସ୍ପି ଭାବେ ବଦଳି ହୋଇଥିବା ଜୟନାରାୟଣ ପଙ୍କଜଙ୍କୁ ପୁଣି ଏସ୍ପି, ଜଗତସିଂହପୁର ଭାବେ ଫେରାଇ ଅଣାଯାଇଛି ।
ଭଦ୍ରକ ଏସ୍ପି ଅନୁପ କୁମାର ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ବାରିପଦାସ୍ଥିତ ୫ମ ବାଟାଲିୟନ କମାଣ୍ଡାଁଟ ଅଶ୍ୱିନୀ କୁମାରଙ୍କୁ ମୟୁରଭଞ୍ଜ୍ ଏସ୍ପି, ବାଲେଶ୍ୱର ଏସ୍ପି ନୀତିଶେଖରଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି, ଅନୁଗୁଳୁ ଏସ୍ପି ବ୍ରିଜେଶ କୁମାର ରାୟଙ୍କୁ ଗଞ୍ଜାମ, କନ୍ଧମାଳ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୁଳୁ, ସୁନ୍ଦରଗଡ଼ ଏସ୍ପି ପିନାକ ମିଶ୍ରଙ୍କୁ ବ୍ରହ୍ମପୁର ଓ ବାତୁଳ ଗଙ୍ଗାଧରଙ୍କୁ ଭଦ୍ରକ ଏସ୍ପି ଭାବେ ବଦଳି କରାଯାଇଛି ।
କମିଶନରେଟ୍ ଭୁବନେଶ୍ୱରରେ ମୁଖ୍ୟାଳୟ ଡିସିପି ଭାବେ କାର୍ଯ୍ୟ କରୁଥିବା ଅନୁପମା ଜେମସ୍ ଦେଓଗଡ଼ ଏସ୍ପି, ନବରଙ୍ଗପୁର ଏସ୍ପି ମୁକେଶ କୁମାର ଭାମୁଙ୍କୁ ବରଗଡ଼ ବଦଳି କରାଯାଇଛି ।
ବିଭିନ୍ନ ଜିଲ୍ଲାରେ ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ୨୦୧୪ ବ୍ୟାଚ୍ର ୩ ଜଣ ଆଇପିଏସ ଜିଲ୍ଲା ଏସପି ଭାବେ ଅବସ୍ଥାପିତ କରାଯାଇଛି । ପାନପୋଷ ଏସଡିପିଓ ସୌମ୍ୟା ମିଶ୍ରଙ୍କୁ ସୁନ୍ଦରଗଡ଼ ଏସ୍ପି, ବାଲିଗୁଡ଼ା ଏସ୍ଡିପିଓ ବିବେକାନନ୍ଦ ଶର୍ମାଙ୍କୁ ନବରଙ୍ଗପୁର ଏସ୍ପି, ମାଲକାନଗିରି ଏସଡିପିଓ ପ୍ରତୀକ ସିଂହଙ୍କୁ କନ୍ଧମାଳ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି ।
ବରିଷ୍ଠ ଓପିଏସ୍ (୧) କାର୍ତିକେଶ୍ୱର ସାମଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଇନ୍ଚାର୍ଜ, ବାଲେଶ୍ୱର ଅତିରିକ୍ତ ଏସ୍ପି ସନ୍ତୋଷ କୁମାର ନାୟକଙ୍କୁ ଢେଙ୍କାନାଳ ଏସ୍ପି, ଇନ୍ଚାର୍ଜ ଓ ଭୁବନେଶ୍ୱର କମିଶନରେଟରେ ଅତିରିକ୍ତ ଡିସିପି ଭାବେ କାର୍ଯ୍ୟ କରୁଥିବା ପ୍ରାଣଧନ ମହାପାତ୍ରଙ୍କୁ କମିଶନରେଟ୍ ମୁଖ୍ୟାଳୟ ଡିସିପି ଇନ୍ଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି ।